ପଟ୍ଟା ପ୍ରଦାନ ନିମନ୍ତେ କ୍ଷେତ୍ର ପରିଦର୍ଶନ କଲେ ତହସିଲଦାର

0
46
ପଟ୍ଟା ପ୍ରଦାନ

ରିପୋର୍ଟ : ଲୋକନାଥ ସାହୁ
ଗୁଡ଼ାରୀ, (୧୫/୦୯) : ରାୟଗଡା ଜିଲ୍ଲା ଗୁଡାରି ବ୍ଲକ ମଧୁବନ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବେଚୁଡ଼ି ଗ୍ରାମକୁ ବସ୍ତି ପଟ୍ଟା ପ୍ରଦାନ ସହ କ୍ଷେତ ପରିଦର୍ଶନ କଲେ ଗୁଡାରି ତହସିଲଦାର ଶ୍ରୀମତୀ ଭାରତୀ ଦେବି lWhatsApp Image 2023-09-15 at 20.55.18 (1)

ଏହି ଗ୍ରାମର ୨୩ ଜଣ ହିତାଧିକାରୀ ବସ୍ତି ପଟ୍ଟା ପାଇବା ନିମନ୍ତେ ତହସିଲ କାର୍ଯ୍ୟାଳୟ ରେ ଆବେଦନ କରିଥିଲେ l ଏହି ଆବେଦନ ପତ୍ର ପାଇବା ପରେ ତହସିଲଦାରଙ୍କ ନେତୃତ୍ୱରେ ଏକ ଟିମ ବେଚୁଡ଼ି ଗ୍ରାମରେ ପହଁଚି ଥିଲେ l ସେମାନେ ଏହି ୨୩ ଗୋଟି ପରିବାରର କ୍ଷେତ ପରିଦର୍ଶନ କରିବା ପରେ ୨୨ ଗୋଟି ହିତାଧିକାରୀଙ୍କୁ ଚୟନ କରିଥିଲେ ଏବଂ ଖୁବ ଶୀଘ୍ର ବସ୍ତି ପଟ୍ଟା ପ୍ରଦାନ କରାଯିବ ବୋଲି କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଅଛି l ଏହି କାର୍ଯ୍ୟକ୍ରମ ରେ ସୁପର ଭାଇଜର ଶ୍ରୀଯୁକ୍ତ ପତିତପାବନ ରଥ, ଗୁଡାରି ରାଜସ୍ବ ନିରୀକ୍ଷକ ଶ୍ରୀଯୁକ୍ତ ଦେବେନ୍ଦ୍ର ହିମିରିକା, ଢ଼େପାଗୁଡା ରାଜସ୍ବ ନିରୀକ୍ଷକ ପ୍ରସାଦ ନିମଲୁ ଏବଂ ତହସିଲ କାର୍ଯ୍ୟାଳୟ ର କର୍ମଚାରୀ ସୁନୀଲ କୁମାର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ l