ବିଦ୍ୟୁତ୍‌ ଖୁଣ୍ଟରେ ପିଟିହେଲା ସ୍କୁଟି, ଛାତ୍ରଙ୍କ ମୃତ୍ୟୁ

0
53
ବିଦ୍ୟୁତ୍‌

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭଦ୍ରକ, (୧୬/୦୯) : ତିନି ସାଙ୍ଗ ସ୍କୁଟି ଚଳାଇ କଲେଜ ଯାଉଥିଲେ। ଦୁର୍ଭାଗ୍ୟକୁ ସେମାନଙ୍କ ସ୍କୁଟିଟି ଯାଇ ରାସ୍ତା ପାର୍ଶ୍ୱ ବିଦ୍ୟୁତ୍‌ ଖୁଣ୍ଟରେ ପିଟି ହୋଇଯାଇଥିଲା । ଫଳରେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି ।

ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଭଦ୍ରକ ଜିଲ୍ଲାରେ ଘଟିଛି । ସତ୍ୟବ୍ରତ ନାୟକ, ଲକି ଦାସ ଓ ବିଜୟ ପରିଡ଼ା ଚାନ୍ଦବାଲି କଲେଜରେ ଯୁକ୍ତ ଦୁଇରେ ପାଠ ପଢ଼ନ୍ତି । ଆଜି ତିନି ସାଙ୍ଗ ସ୍କୁଟିରେ କଲେଜ ଯାଉଥିଲେ। ତେବେ ଚାନ୍ଦବାଲି କଲେଜ ଇଣ୍ଡୋର ଷ୍ଟାଡିୟମ୍‌ ରୋଡରେ ସେମାନଙ୍କ ସ୍କୁଟିଟି ରାସ୍ତା ପାର୍ଶ୍ୱ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଯାଇଥିଲା । ଫଳରେ ଘଟଣା ସ୍ଥଳରେ ସତ୍ୟବ୍ରତ ନାୟକଙ୍କ ମୃତ୍ୟୁ ଘଟିଥିବା ବେଳେ ଲକି ଦାସ ଓ ବିଜୟ ପରିଡ଼ା ଗୁରୁତର ଆହତ ହୋଇଥିଲେ ।

ଉଭୟଙ୍କୁ ପ୍ରଥମେ ଚାନ୍ଦବାଲି ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରେ କଟକ ବଡ଼ ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି । ଏବେ ମଧ୍ୟ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗ ଜନକ ରହିଛି ।