ମୁନିଗୁଡା ନୂତନ ବସଷ୍ଟାଣ୍ଡ କୁ ଶହୀଦ ଲକ୍ଷ୍ମଣ ନାୟକଙ୍କ ନାମକରଣ କରାଯାଉ

0
50
ମୁନିଗୁଡା ନୂତନ ବସଷ୍ଟାଣ୍ଡ

ରିପୋର୍ଟ : ନରୋତ୍ତମ ପାଢ଼ୀ
ବିଷମ କଟକ, (୧୬/୯) : ରାୟଗଡା ଜିଲ୍ଲାର ମୁନିଗୁଡା ବ୍ଲକ ଶହୀଦ ଲକ୍ଷ୍ମଣ ନାୟକ କ୍ଲବ ଓ ବିକାଶ ପରିଷଦ, ମାର୍ଚେଣ୍ଟ ଆସୋସିଏସ ତରଫୁର ମୁନିଗୁଡା ନୂତନ ବସଷ୍ଟାଣ୍ଡ କୁ ଶହୀଦ ଲକ୍ଷ୍ମଣ ନାୟକ ନାମକରଣ କରାଯାଉ ନେଇ ଶହୀଦ ଲକ୍ଷ୍ମଣ ନାୟକ କ୍ଲବ ଠାରୁ ରଳେଔଇ ନିକଟସ୍ଥ ପର୍ଯ୍ଯନ୍ତ ଶାନ୍ତିପୂର୍ଣ୍ଣଭାବ ରାଲି ହୋଇଥିଲା ।

୧୯୯୯ ମସିହା ଠାରେ ଶହୀଦ ଲକ୍ଷ୍ମଣ ନାୟକ ବସଷ୍ଟାଣ୍ଡ ହୋଇଥିଲା ଆଜି ଓଡିଶା ସରକାର ଓ ଏସ ଆର ସିଟି ନାମରେ ନାମିତ କରିଛନ୍ତି ଏଣୁ ଏହି ପ୍ରତିବାଦରେ ମୁନିଗୁଡା ଶହୀଦ ଲକ୍ଷ୍ମଣ ନାୟକ ସ୍ଥିର କରି ମୁନିଗୁଡା ଅଞ୍ଚଳ ବାସୀଙ୍କ ନେଇ ବି ଡି ଓ, ଏବଂ ତହିସିଲଦା ରଙ୍କୁ ଜରିଆରେ ରାଜ୍ଯପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଗତ କିଛି ଦିନ ତଲେ ଜିଲ୍ଲାପାଳ,ବିଡିଓ ତହସିଲଦାରଙ୍କ ଜିଆରେ ଦେଇଥିଲ କିନ୍ତୁ କାର୍ଯ୍ଯରେ ଆସିନଥିଲା । ଏହି ପରୀପକ୍ଷରେ ଏକ ତ୍ରୀତ ହୋଇ ମୁନିଗୁଡା ଶହୀଦ ଲକ୍ଷ୍ମଣ ନାୟକ କ୍ଲବର ସଭାପତି ପଦ୍ମନାଭ ବେହେରା ଙ୍କ ଦ୍ବାର ଓ ବିକାଶ ପରିଷଦ ଓ ମାରଚେଣ୍ଟ ଆସୋସିଏସନ ସଦସ୍ଯ ମାନଙ୍କ ଉପସ୍ଥିତରେ ଏକ ରାଳି ହୋଇଥିଲା ।

ନୂତନ ବସଷ୍ଟାଣ୍ଡ ମୁନିଗୁଡା ଶହୀଦ ଲକ୍ଷ୍ମଣ ନାୟକ ବସଷ୍ଟାଣ୍ଡ ନାମିତ ହୋଇଥିଲା କିନ୍ତୁ ଓଡିଶା ଶାସନ ଓ ଏସ୍ ଆର ସିଟି ଓ ମୁନିଗୁଡା ବସଷ୍ଟାଣ୍ଡ ଲେଖାଯାଇଛି । ତାହାକୁ ପୁନଃ ଶହୀଦ ଲକ୍ଷ୍ମଣ ନାୟକ ନାମିତରେ ନାମକରଣ କରାଯାଉ ଭଲି ଦାବୀ ରହିଛି । ଗତ କିଛି ଦିନ ତଲେ ବିଡିଓ ତହସିଲଦାର ଏବଂ ଜିଲ୍ଲାପାଳ ଙ୍କ ଜରୀଆରେ ମୁଖ୍ଯ ମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରଯାଇଥଲା ସେତେ କିନ୍ତୁ କାର୍ଯ୍ଯରେ ଲାଗି ନାହଁ । ଏହା ମୁନିଗୁଡା ଅଞ୍ଚଳର ଶହୀଦ ଲକ୍ଷ୍ମଣ ନାୟକ ଙ୍କୁ ଅପମାନିତ କରାଯାଉଅଛି ଭଲି ଜିତୁ ଯାକାସିକା କହିଛନ୍ତି ସେ ଜଣେ ଆଦୀବାସୀ ଲୋକ ଆଜି ଦେଶ ପାଇଁ ସହୀଦ ହୋଇଥିଲେ ଏଣୁ ତାଙ୍କୁ ଅପମାନିତ କରାଯାଉ ଅଛି ଯୋଦି ଶହୀଦ ଲକ୍ଷ୍ମଣ ନାମରେ ନାମକରଣ ନହେଲେ ଆଗାମୀ ଦିନରେ ବଡ ଧାରଣାରେ ଗାଡି ମଟର ଦୋକାନ ବଜାର ବନ୍ଦ କରି ରାସ୍ତା ରୋକ କରି ଧାରଣାରେ ବସିବୁ ଭଲି ଜିତୁ ଯାକାସିକ କହିଛନ୍ତି ।

ମୁନିଗୁଡା ଶହୀଦ ଲକ୍ଷ୍ମଣ ନାୟକ କ୍ଲବର ସଦସ୍ଯ ମାନେ ଏହାକୁ ଦୃଢ ନିନ୍ଦା କରୁଛି ଆଗାମୀ ଦିନେରେ ଶହୀଦ ଲକ୍ଷ୍ମଣ ନାୟକ ବସଷ୍ଟାଣ୍ଡ ମୁନିଗୁଡା ନାଁ ନାମିତ ନହେଲେ ଜନ ଆନ୍ଦୋଳନ ହେବ ଭଲି ଧାରଣାରେ ବସିବୁ କଂଗ୍ରେସ ପ୍ରାର୍ଥୀ ଓ ବିଏସଫି ପ୍ରାର୍ଥୀ ପୂର୍ବତନ ଚ୍ୟାରମେନ ପର୍ଶୁ ଔଡାକା, ନୀଳମାଧବ ହିକକା, ଜିତୁ ଯାକାସିକା, ଚେତାବନୀ ଦେଇଛନ୍ତି । ଆଜି ଏହି ରାଲିରେ ମାର୍ଚେଣ୍ଟ ଆସୋସିଏସ ଓ ବିକାଶ ପରିଷଦ ସହଯୋଗରେ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଥିଲା ।