ପ୍ରଧାନମନ୍ତ୍ରୀ ଙ୍କ ଜନ୍ମ ଦିନରେ ଦେବା ଶିଳ୍ପୀ ବିଶ୍ଵକର୍ମା ଯୋଜନା ଭେଟି

0
52
ପ୍ରଧାନମନ୍ତ୍ରୀ

ରିପୋର୍ଟ : ଜଗଦୀଶ ଦାଶ
ରାଇକିଆ, (୧୮/୦୯) : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ସ୍ଵସ୍ତିକ କଲ୍ୟାଣ ମଣ୍ଡପ ଠାରେ ଆଜି ପ୍ରଧାନମନ୍ତ୍ରୀ ଙ୍କ ବିଶ୍ଵକର୍ମା ଯୋଜନା ର ଶୁଭାରମ୍ଭ ଅବସରରେ କନ୍ଧମାଳ ଜିଲ୍ଲା obc ମୋର୍ଚ୍ଚା ତରଫ ରୁ ଆଜି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି ।

ଆଜିର ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଭାପତି ଜଗନ୍ନାଥ ସାହୁ ପ୍ରଦିପ ପ୍ରଯୋଳନ କରିଥିବା ବେଳେ ଅତିଥି ଭାବେ କନ୍ଧମାଳ ଜିଲ୍ଲା obc ମୋର୍ଚ୍ଚା ସଭାପତି ହରେନ୍ ସାହୁ, ବିଜେପି ଉପ ସଭାପତି ଝୁଲିମା ଦଳବେହେରା, ସାଧାରଣ ସମ୍ପାଦକ ମାନଗୋବିନ୍ଦ ପ୍ରଧାନ, ରାଜ୍ୟ ଅନୁସୂଚିତ ଜାତି ଉପସଭାପତି ରାମ ବିଶି ଦିଗାଲ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଅବନେଶ୍ୱର ପ୍ରଧାନ, ପ୍ରତ୍ୟେକ ସବୁ ମଣ୍ଡଳ ର ସଭାପତି, ସମ୍ପାଦକ ଙ୍କ ସହିତ ବିଜେପି ର ବହୁ କର୍ମୀ ଉପସ୍ଥିତ ରହିଥିଲେ । ରାଇକିଆ ପୂଜା କମିଟି ସଭାପତି ନାରାୟଣ ପ୍ରସାଦ ମହାନ୍ତି ମଧ୍ୟ ଯୋଗ ଦେଇ ଥିଲେ । ଆଜିର ଏହି ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା OBC ମୋର୍ଚ୍ଚା ସାଧାରଣ ସମ୍ପାଦକ ସନ୍ତୋଷ କୁମାର ଲେଙ୍କା ପରିଚାଳନା କରିଥିଲେ ।