ପାଚିକା ସହାୟିକାଙ୍କ ବିଧାନସଭା ଘେରାଉ ପାଇଁ ଚେତାବନୀ

0
83

ରିପୋର୍ଟ: ରବିଶଙ୍କର ମହାପାତ୍ର //
ବୋରିଗୁମ୍ମା ୧୮/୯): ବୋରିଗୁମ୍ମା ବ୍ଳକ୍ ସମେତ ସମଗ୍ର ରାଜ୍ୟରେ ଶିକ୍ଷକଙ୍କ ଆନ୍ଦୋଳନ ୧୧ଶ ଦିନରେ ପଦାର୍ପଣ କରିଥିଲା ବେଳେ ଆଜି ପାଚିକା ସହାୟିକା ମାନେ ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ୧୫ ଦଫା ଦାବିପତ୍ର ବୋରିଗୁମ୍ମା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି ।1c9e5df6-6eca-41c8-9b56-df7c98868a23

ଏଆଇଟିୟୁସି ସହ ସହବନ୍ଧିତ ନିଖିଳ ଓଡିଶା ଏମଡ଼ିଏମ ପାଚିକା ସହାୟିକା ସଂଘ ଓ ଏ ଆଇୟୁଟିୟୁସି ସହବନ୍ଧିତ ଓଡ଼ିଶା ମିଳିତ ବିଦ୍ୟାଳୟ ପାଚିକା ସହାୟିକା ସଂଘ, ଏଚ୍ଏମ୍ଏସ୍ ସହବନ୍ଧିତ ପାଚିକା ସହାୟିକା ସଂଘ, ସିଆଇଟିୟୁ ସହବନ୍ଧିତ ଅଲ ଓଡ଼ିଶା ପାଚିକା ସହାୟିକା ସଂଘ,ଏଆଇସିସି ଟିୟୂ ସହବନ୍ଧିତ ଦକ୍ଷିଣ ଓଡିଶା ପାଚିକା ମହାସଂଘ ମାନଙ୍କ ଦ୍ଵାରା ଗଠିତ ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଂଘ ମିଳିତ ମଞ୍ଚ ପକ୍ଷରୁ ଏହି ୧୫ ଦଫା ଦାବିପତ୍ର ପ୍ରଦାନ କରାଯାଇଛି ।4949c028-20bf-4afb-8c5c-9dccea2c912f

ଏହି ମହାସଂଘର ପ୍ରମୁଖ ଦାବୀ ମଧ୍ୟରେ ପାଚିକା ମାନଙ୍କୁ ସରକାରୀ କର୍ମଚାରୀ ର ମାନ୍ୟତା ପ୍ରଦାନ ସହ ସର୍ବନିମ୍ନ ମାସିକ ୨୬୦୦୦ ଟଙ୍କା ମଜୁରୀ ପ୍ରଦାନ, ପିଲା ସଂଖ୍ୟା କମ ପାଇଁ ବନ୍ଦ ହୋଇଥିବା ୯୬୬ ଓ ୧୪୩୭୯ ପ୍ରାଥମିକ ବିଦ୍ୟାଳୟକୁ ତୁରନ୍ତ ଖୋଲା ଯାଇ ପାଚିକାଙ୍କୁ ନିଯୁକ୍ତି ପ୍ରଦାନ, ୧୦ ମାସ ବଦଳରେ ୧୨ ମାସର ପାରିଶ୍ରମିକ ପ୍ରଦାନ, ଅବସର କାଳୀନ ବୟସ ସୀମା ୬୫ କୁ ବୃଦ୍ଧି,୨୦୨୨ ମଇ ଓ ଜୁନ୍ ମାସରେ କାମ କରିଥିବା ସମସ୍ତ ପାଚିକାଙ୍କୁ ମଜୁରୀ ପ୍ରଦାନ, ୪ ବର୍ଷର ବକେୟା ଶାଢୀ ପ୍ରଦାନ, ସାମାଜିକ ନିରାପତ୍ତା ପ୍ରଦାନ, ବିମାଭୁକ୍ତିକରଣ, ଅବସର କାଳୀନ ୫୦୦୦୦ ଟଙ୍କା ସହାୟତା ପ୍ରଦାନ,ନୂତନ ଶିକ୍ଷାନୀତି ୨୦୨୦କୁ ବାତିଲ , ମଧ୍ୟାହ୍ନ ଭୋଜନକୁ ଅକ୍ଷୟ ପାତ୍ର ଓ ନନ୍ଦି ଫାଉଣ୍ଡେସନ୍ ଭଲି ଘରୋଇ ସଂସ୍ଥାକୁ ଦେବା ବନ୍ଦ କରିବା ଓ ଛାତ୍ରଛାତ୍ରୀ ମାନଙ୍କ ମୁଣ୍ଡପିଛା ଖାଦ୍ୟ ଖର୍ଚ୍ଚ ବୃଦ୍ଧି ଇତ୍ୟାଦି ୧୫ଟି ଦାବି ସମ୍ବଳିତ ଥିଲା ।

ଯଦି ୧ ମାସ ମଧ୍ୟରେ ଏହି ଦାବି ଗୁଡ଼ିକ ପୁରଣ କରା ନ ଯାଏ, ତା’ହେଲେ ଆସନ୍ତା ୨୭ ସେପ୍ଟେମ୍ବର ଠାରୁୁ ବିଧାନ ସଭା ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦେବା ପାଇଁ ଏହି ମିଳିତ ମହାସଂଘ ଚେତାବନୀ ଦେଇଛନ୍ତି ।