ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟ ନିର୍ଦ୍ଦେଶକ ଶ୍ରୀ ପାଢ଼ୀଙ୍କୁ ପି.ଏଚ୍.ଡି ଉପାଧି ପ୍ରଦାନ

0
59
ସେଞ୍ଚୁରିଅନ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୧୭/୦୯) : ରାୟଗଡ଼ା ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟ ନିର୍ଦ୍ଦେଶକ ରାଜେଶ କୁମାର ପାଢ଼ୀଙ୍କୁ ଫ୍ରାନ୍ସ ଦେଶର ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବିଶ୍ଵବିଦ୍ୟାଳୟ ତରଫରୁ ସମ୍ମାନଜନକ ପି.ଏଚ୍.ଡି ଉପାଧି ପ୍ରଦାନ କରାଯାଇଛି ।WhatsApp Image 2023-09-18 at 12.34.11 (1)

ଶ୍ରୀ ପାଢ଼ୀ ରାଜ୍ୟର ଆଦିବାସୀ ବହୁଳ ଦକ୍ଷିଣାଞ୍ଚଳ ଜିଲ୍ଲା ରାୟଗଡ଼ା, କଳାହାଣ୍ଡି, କୋରାପୁଟ, କନ୍ଧମାଳ ସମେତ ନବରଙ୍ଗପୁର ଓ ମାଲକାନଗିରି ଭଳି ପଛୁଆ ଜିଲ୍ଲା ଗୁଡ଼ିକରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଥିବାରୁ ତାଙ୍କୁ ରାଜଧାନୀ ଦିଲ୍ଲୀ ସ୍ଥିତ ସେଣ୍ଟର୍ ଫର୍ ଏଜୁକେସନ ଡେବଲପମେଣ୍ଟ ତରଫରୁ ଆୟୋଜିତ ଶିକ୍ଷା ଭୂଷଣ-୨୦୨୩ କାର୍ଯ୍ୟକ୍ରମର ଶିକ୍ଷ୍ୟା ବିଭାଗରେ ଶ୍ରୀ ପାଢ଼ୀଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଛି । ଶ୍ରୀ ପାଢ଼ୀ ବିଭିନ୍ନ ସାମାଜିକ ଉନ୍ନତି କ୍ଷେତ୍ରରେ ସକ୍ରିୟ ଭୂମିକା ଗ୍ରହଣ କରିବା ସହ ନିର୍ଦେଶକ ଭାବେ ସେଞ୍ଚୁରିଅନ ଶିକ୍ଷାନୁଷ୍ଠାନ ଜରିଆରେ ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କୁ ବୈଷୟିକ ତାଲିମ ପ୍ରଦାନ କରି ସ୍ବାବଲମ୍ବୀ କରିବାରେ ମହତ୍ତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ।

ଶ୍ରୀ ପାଢ଼ୀ ଜଣେ ସଫଳ ଶିକ୍ଷାବିତ ଭାବେ ସ୍ୱତନ୍ତ୍ର ପରିଚୟ ହସଲ କରୁଥିବା ବେଳେ ଜିଲ୍ଲାର ବିଭିନ୍ନ ସମାଜସେବୀ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନର ମଧ୍ୟ ପରିଚାଳନା ମଣ୍ଡଳୀରେ ଥାଇ ନିଜ ଦାୟିତ୍ଵ ସୁଚାରୁରପେ ପ୍ରତିପାଦନ କରିଛନ୍ତି । ଜିଲ୍ଲା ସାହିତ୍ୟ ଏକାଡେମିର ସଦସ୍ୟ, ଲୟନ୍ସ କ୍ଲବ୍ ପୂର୍ବତନ ସଭାପତି, ଜିଲ୍ଲା ଲୋକ ଅଦାଲତ ସଦସ୍ୟ, ମୋ ସ୍କୁଲ ଅଭିଯାନ ଆଲୁମିନି ସଂଘ ସଭାପତି ଭଳି ଅନେକ ପଦପଦବୀରେ ରହି ଶ୍ରୀ ପାଢ଼ୀ ନିଜ ଦାୟିତ୍ଵ ସମ୍ପାଦନ କରିଛନ୍ତି । ଏଭଳି ଶିକ୍ଷା ଓ ସାମାଜିକ ଉନ୍ନତି କ୍ଷେତ୍ରରେ ଶ୍ରୀ ପାଢ଼ୀଙ୍କ ପ୍ରତେକ୍ଷ ପରାକାଷ୍ଠା ପାଇଁ ଫ୍ରାନ୍ସର ଦି ଥେମିସ ବିଶ୍ଵବିଦ୍ୟାଳୟ ତରଫରୁ ଶ୍ରୀ ପାଢ଼ୀଙ୍କୁ ଏହି ଉପାଧୀ ପ୍ରଦାନ କରାଯାଇଛି । ତେବେ ଏହି ସଫଳତା ପାଇଁ ଶ୍ରୀ ପାଢ଼ୀଙ୍କ କନିଷ୍ଠ ଭାଇ ତଥା ଜୟପୁର ସକଳ ସଂସ୍କରଣ ମୁଖ୍ୟ ରାକେଶ କୁମାର ପାଢ଼ୀ, ବାପା,ମା, ପରିବାର ବର୍ଗଙ୍କ ସମେତ ସହରର ଅନ୍ୟ ବିଶିଷ୍ଟ ବ୍ୟକ୍ତ ବିଶେଷମାନେ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।