ପ୍ରଧାମନ୍ତ୍ରୀ ଫସଲ ବୀମା ଟଙ୍କା ହେରଫେର ଘଟଣାରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଗିରଫ

0
46
ପ୍ରଧାମନ୍ତ୍ରୀ ଫସଲ ବୀମା

ରିପୋର୍ଟ : ଦେବଦତ୍ତ ପଣ୍ଡା
କଳାହାଣ୍ଡି, (୨୩/୦୯) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଙ୍କୁ ଏକ ଠକେଇ ମାମଲା ରେ କେଗାଁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।WhatsApp Image 2023-09-23 at 10.48.31

ପ୍ରାପ୍ତ ସୂଚନା ଅନୁଯାୟୀ, ଗୋଲାମୁଣ୍ଡା ବ୍ଲକର ମକରାଗୁଡା ଅଞ୍ଚଳରେ ଚାଷୀଙ୍କ ଅଜାଣତ ରେ ଜମିପଟା ବ୍ୟବହାର କରି ପ୍ରଧାନ ମନ୍ତ୍ରୀ କୄଷୀବୀମା ଯୋଜନା କରାଯାଇଥିଲା, ଏବଂ କୄଷୀବୀମା ବାବଦକୁ ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବା ନେଇ କେଗାଁ ଥାନାରେ ମକରା ଗୁଡ଼ା ଗ୍ରାମର କ୍ଷେତ୍ର ମୋହନ ବାଗ ନାମକ ଜଣେ ଚାଷୀ ତାଙ୍କ ଅଜାଣତ ରେ ତାଙ୍କ ନାମ ରେ ବୀମା ରାଶି ଟଙ୍କା ଉଠାଯାଇଥିବା ନେଇ କେଗାଁ ଥାନା ରେ ଲିଖିତ ଅଭିଯୋଗ କରିଥିଲେ ।

ପୋଲିସ ଘଟଣା ର ତଦନ୍ତ କରି ଏହାର ମାଷ୍ଟର ମାଇଣ୍ଡ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ବୋଲି ପ୍ରମାଣ ପାଇବା ପରେ ଗିରଫ କରି କୋର୍ଟ ଚାଲାଣ କରିଥିବା ପୋଲିସ ସୂତ୍ର ରୁ ପ୍ରକାଶ । ତେବେ କେବଳ ମକରାଗୁଡ଼ା ଗ୍ରାମ ରେ ପ୍ରାୟ ୨୫ ଲକ୍ଷ ରୁ ଅଧିକ ଟଙ୍କା ର ଠକାମୀ ହୋଇଥିବା ପୋଲିସର ପ୍ରାଥମିକ ତଦନ୍ତ ରୁ ଜଣା ପଡ଼ିଛି । ଏହି ପ୍ରଧାନମନ୍ତ୍ରୀ କୄଷୀବୀମା ଯୋଜନା ରେ ଏକ ସୁଚିନ୍ତିତ ରାକେଟ ରେ କେତେ ଟଙ୍କା ର ଘୋଟାଲା ହୋଇଛି ଏବଂ ଆହୁରି କାହା କାହାର ସଂପୃକ୍ତି ରହିଛି ସେନେଇ ପୋଲିସ ସ୍ପଷ୍ଟ କରିନଥିବା ବେଳେ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ର ଗିରଫଦାରୀ କୁ ସ୍ପଷ୍ଟ କରିଛନ୍ତି ଧର୍ମଗଡ ଏସ ଡି ପି ଓ ଶ୍ରୀ ଧିରଜ ଚୋପଦାର । ଏ ସଂପର୍କ ରେ ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ କେଗାଁ ଥାନା କେସ ନଂ -୧୯୨/୨୦୨୩ ଦଫା-୪୧୯/୪୨୦/୪୬୭/୪୬୮ /୪୭୧/୩୪ ଆଇପିସି ରେ ଏକ ମାମଲା ରୁଜ୍ଜୁ ହୋଇ ତଦନ୍ତ ଚାଲିଥିବା ପ୍ରକାଶ ।

ଏହି ଘଟଣା ରେ ପୂର୍ବରୁ ଏଥିରେ ସଂପୃକ୍ତ ଥିବା ବାଳକୃଷ୍ଣ ପଟେଲ କୁ ମଧ୍ୟ ଗିରଫ କରିଛି ପୋଲିସ । ତେବେ ଗୋଲାମୁଣ୍ଡା ବ୍ଲକ ର ବିଭିନ୍ନ ଗ୍ରାମରେ ଚାଷୀ ଙ୍କ ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନାରେ କୋଟିଏ ରୁ ଅଧିକ ଟଙ୍କା ଏହିପରି ଜାଲିଆତି ହୋଇଥିବା ଏବଂ ଅଧିକ ତଦନ୍ତ ହେଲେ ଆହୁରି ଅନେକ ଙ୍କ ସଂପୃକ୍ତି ଓ ଚାଷୀ ଙ୍କୁ ହରିଲୁଟ ଘଟଣା ର ପର୍ଦ୍ଦାଫାସ ହୋଇ ପାରିବ ବୋଲି ଆଲୋଚନା ହେଉଛି । ବିନ୍ଦୁ ମହାନନ୍ଦ ଙ୍କ ଜାମିନ ଆବେଦନ ନାମଞ୍ଜୁର ହେବାରୁ ତାକୁ ଜେଲ ହାଜତ କୁ ପଠେଇ ଦିଆ ଯାଇଥିବା ଜଣାପଡିଛି ।