ବ୍ଳକ କାର୍ଯ୍ୟାଳୟରେ ନିଆଁ ଲାଗି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନଷ୍ଟ : ନିଆଁ ଲଗେଇ ଦିଆଯାଇଥିବା ନେଇ ଚର୍ଚ୍ଚା

0
221

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର,ତା(୦୫/୦୯) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଳକ କାର୍ଯ୍ୟାଳୟରେ ନିଆଁ ଲାଗିଥିବା ବେଳେ ଏଥିରେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡ଼ି ଯାଇଥିବା ନେଇ ସୂଚନା ମିଳିଛି ।

ଗତ ଶନିବାର ବିଳମ୍ବିତ ରାତିରେ କୌଣସି କାରଣରୁ ବ୍ଳକ କାର୍ଯ୍ୟାଳୟରେ ନିଆଁ ଲାଗି ଗ୍ରାମୀଣ ବସ୍ତି ଉନ୍ନୟନ ବିଭାଗରୁ ଧୂଆଁ ବାହାରୁଥିବାର କିଛି ଲୋକ ଦେଖିଥିଲେ । ପରେ ବିଡିଓଙ୍କୁ ଏ ନେଇ ଖବର ଦେଇଥିଲେ । ଦମକଳ ବାହିନୀଙ୍କୁ ଖବର ଦିଆଯାଇଥିଲା ।

ନିଆଁକୁ କାବୁ କରା ଯାଇଥିବା ଜଣାପଡ଼ିଛି । ନିଆଁ ଲିଭାଯିବା ପୂର୍ବରୁ ଉକ୍ତ କୋଠରିରେ ଥିବା କିଛି କାଗଜପତ୍ର ସହ ଏକ କମ୍ପ୍ୟୁଟର ସର୍ଟ ସର୍କିଟ ଦ୍ବାରା ପୋଡ଼ି ଯାଇଥିବା ନେଇ ସୂଚନା ମିଳିଛି । ଏ ସମ୍ପର୍କରେ ବିଡିଓ ନୀଳମାଧବ ସୁନାଙ୍କୁ ପଚରାଯିବାରୁ କୌଣସି କାରଣରୁ ସର୍ଟ ସର୍କିଟ ହୋଇ କିଛି ମାତ୍ରାରେ ଧୂଆଁ ବାହାରୁଥିବା ନେଇ ଜାଣିବା ପରେ ତାକୁ ତୁରନ୍ତ ଲିଭା ଯାଇଥିବା ସେ କହିଥିଲେ ।

ଏ ନେଇ ଆଜି ସବିଶେଷ ତଦନ୍ତ ଚାଲୁଥିବା ବେଳେ ଜଣେ ଠିକାଦାର ତାଙ୍କ ବିଲ ପାସ ନ ହେବା ନେଇ ପୂର୍ବରୁ ନିଆଁ ଲାଗେଇଦେବା ଧମକ ଦେଇଆସୁଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।