ବାଇକ ଚୋରି କରି ଫେରାରଥିବା ଅଭିଯୁକ୍ତ ଗିରଫ

0
54
ବାଇକ ଚୋରି

ରିପୋର୍ଟର ନରୋତ୍ତମ ପାଢ଼ୀ
ବିଷମ କଟକ, (୨୫/୯) : ବିଭିନ୍ନ ପ୍ରକାର ମାଷ୍ଟର ଚାବି ମାଧ୍ୟମରେ ବାଇକ ଚୋରି କରି ଫେରାରଥିବା ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି ବିଷମକଟକ ଥାନା ପୋଲିସ l

ଅଭିଯୁକ୍ତ ଜଣଙ୍କ ବିଷମକଟକ ହନୁମାନ ମନ୍ଦିରରୁ ଏକ ଆପାଚି ବାଇକ୍ ଚରିକରି ଫେରାର ହେଉଥିବା ସମୟରେ ପୋଲିସ କାବୁକରି ଧରିଥିବା ବେଳେ ବ୍ୟକ୍ତି ଜଣକ କାଶିପୁର ହରିଜନ ସାହିର ରଞ୍ଜନ ନାୟକ ବଲି ଜଣାପଡିଛି l ଏହି ବାଇକ୍ ଚୋରି ଘୋଟଣାରେ ମାଷ୍ଟର ମାଇଣ୍ଡ ରାହୁଲ ଏବେବି ଫେରାର ଅଛି l ତେବେ ଅଭିଯୁକ୍ତ ଠାରୁ ଏକ ଆପାଚି ବାଇକ ଜବତ କରିବା ସହ ମାମଲା ରୁଜ୍ଜୁକରି ମାଷ୍ଟର ମାଇଣ୍ଡ ରାହୁଲକୁ ଧରିବାରେ ଜାରି ରଖିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି l