ନବମ ଶ୍ରେଣୀ ଛାତ୍ରଙ୍କୁ ପଥରରେ ଛେଚି ହତ୍ୟା !

0
48
ନବମ ଶ୍ରେଣୀ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସୁନ୍ଦରଗଡ, (୨୬/୦୯) : ରାଉରକେଲା ସହର ଟାଙ୍ଗରପାଲି ଥାନା ଅନ୍ତର୍ଗତ ହେକେଟ ରୋଡ୍‌ କଚରା ପୁଲିଆ ନିକଟରୁ ନାବାଳକର ମୃତଦେହ ଉଦ୍ଧାର କରାଯାଇଛି ।

ମୃତ ଛାତ୍ର ଜଣଙ୍କ ହେଲେ ନାମ ରୁଦ୍ର ପାଢ଼ୀ । ସେ ଏକ ଘରୋଇ ଇଂରାଜୀ ସ୍କୁଲରେ ନବମ ଶ୍ରେଣୀରେ ପାଠ ପଢ଼ୁଥିଲେ । ଆଜି ସକାଳେ ନାବାଳକଙ୍କ ମୃତଦେହ କଚରା ପୁଲିଆ ନିକଟରେ ପଡ଼ିଥିବା ସ୍ଥାନୀୟ ଲୋକ ଦେଖିଥିଲେ । ଏନେଇ ପୁଲିସକୁ ଖବର ଦେଇଥିଲେ । ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି । କି ଏ ଓ କାହିଁକି ନାବାଳକଙ୍କୁ ହତ୍ୟା କଲା ଜଣାପଡ଼ି ନାହିଁ । ଛାତ୍ରର ମୁଣ୍ଡକୁ ପଥରରେ ଛେଚାଯାଇ ହତ୍ୟା କରାଯାଇଥିବା ପୁଲିସ ପାରିପାର୍ଶ୍ୱିକ ସ୍ଥିତିକୁ ଦେଖି ଅନୁମାନ କରୁଛି ।