ହାତୀ ଆକ୍ରମଣରେ ଜଣେ ମୃତ

0
47
ହାତୀ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଅନୁଗୁଳ, (୨୬/୦୯) : ଅନୁଗୁଳ ଜିଲ୍ଲା ଗଡ଼ାସନ୍ତ୍ରୀ ପଞ୍ଚାୟତ ବାଇଝାଲିଆ ସାହିରେ ହାତୀ ଆତଙ୍କ । ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ପ୍ରଫୁଲ୍ଲ ଭୋଇ ।

ଆଜି ସକାଳେ ଟାଟା ପ୍ଲାଣ୍ଟକୁ କାମ କରିବାକୁ ଯାଇଥିଲାବେଳେ, ନାଳଚନ୍ଦ୍ରପୁର ଶ୍ମଶାନ ପାଖରେ ଦନ୍ତା ହାତୀ ହାବୁଡରେ ପଡ଼ିଥିଲେ ପ୍ରଫୁଲ୍ଲ । ହାତୀଟି ପ୍ରଫୁଲଙ୍କୁ କଚାଡି ଦେବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ହାତୀଟି ସ୍ଥାନୀୟ ଜଙ୍ଗଲରୁ ଆସି ଗାଁ’ରେ ବୁଲୁଛି । କେତେବେଳେ ଗେଟ୍ ଭାଙ୍ଗି ଘରେ ପଶୁଛି ତ ଆଉ କେତେବେଳେ ଘର ଭାଙ୍ଗୁଛି ।