ରାଜନୀତିରୁ ଦୂରେଇ ପାରିଲେ ନାହିଁ ଅଗ୍ରପୂଜ୍ୟ ଗଜପତି ଗଜାନନ

0
87
ରାଜନୀତିରୁ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୨୭/୯) : କଥାରେ ଅଛି “ପାନ ଗୁଆ ଖଇର ଗୁଆ କାତି ଭଲ ବ୍ୟବସାୟ ରାଜନୀତି” । ଏହାର ନିଛକ ଚିତ୍ର ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ଗୁଣପୁର ସହରରେ ।

ସାରା ବିଶ୍ବରେ ଅଗ୍ରପୂଜ୍ୟ ଗଜପତିଙ୍କ ପୂଜା ଧୁମଧାମରେ ପାଳନ କରିଥିବା ବେଳେ ଏବେ ପ୍ରଭୁ ଗଜାନନଙ୍କ ବିଦାୟ ସମୟ । ପୂଜା ମଣ୍ଡପ ଗୁଡିକ ଭସାଣି ପାଇଁ ବାଦ୍ୟ ବାଜଣା ଠାରୁ ଆରମ୍ଭ କରି ଡିଜେ ବଜାଇ ପ୍ରଭୁ ଗଣେଶଙ୍କୁ ମେଲାଣି ଦେଉଥିବା ବେଳେ ଆଜି ନିଆରା ଢଙ୍ଗରେ ଗଣେଶ ଭଷାଣୀ ଦେଖିବାକୁ ମିଳିଛି ଗୁଣପୁର ସହରରେ । ଯାହା ଆପଣଙ୍କ କାନ ଉଠିଲା ଠାରୁ କେବେ ଦେଖିନଥିବେ । ନବୀନ ବାବୁଙ୍କ ରାଜନୈତିକ ଚକ୍ରବିହ୍ଵରୁ ବର୍ତ୍ତି ନାହାନ୍ତି ଗଣପତି ଗଜାନନ । ଆଜି ଗୁଣପୁର ସହରରେ ଗଣେଶ ଭଷାଣୀ ସମୟରେ “ହେ ନବୀନ ବାବୁ ଆମେ ତମ ଫେନ ” ଗିତର ତାଳେତାଳେ ଭକ୍ତ ନାଚୁଥିଵାର ଦେଖିବାକୁ ମିଳିଛି ।

ଏପରିକି ଦଳୀୟ ପତାକା ଧରି ନବୀନ ଗିତର ତାଳରେ ତାଳ ମିଶାଇ ନାଚିନାଚି ଗଣେଶଙ୍କୁ ମେଲାଣି ଦେଇଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି କଣ ନବୀନ ବାବୁ ଆଗାମୀ ନିର୍ବାଚନ ପାଇଁ ଗଣପତି ଗଜାନନଙ୍କୁ ନିଜ ଦଳର ଷ୍ଟାର ପ୍ରଚାରକ ଭାବେ ରିଜର୍ଭ କରି ସାରିଲେଣି ? ମନେହେଉଛି ବର୍ତ୍ତମାନ ଏ କଳି ଯୁଗରେ ରାଜନୀତିରେ ଠାକୁରଙ୍କ ପ୍ରବେଶ ଆରମ୍ଭ ହୋଇଗଲା । ଧନ୍ୟ ଧନ୍ୟରେ ରାଜନୀତି ।