ସୋନପୁର ବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ କୃତଜ୍ଞତା

0
46
ସୋନପୁର

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୭/୦୯) : ବିଧାନସଭା ଅଧିବେଶନ ରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ ସୋନପୁର ଖଦାଲ ପଡା ସ୍ଵୟଂ ସହାୟକ ଗୋଷ୍ଠୀ ମହିଳା ବାସନ୍ତୀ ନାୟକ ଫରେଷ୍ଟ ପାର୍କରେ କାମ କରୁଥିବା ସମୟରେ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ବରଣ କରିଥିବା ପ୍ରସଙ୍ଗରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ।

ଏହି ଘଟଣା ଶୁଣିବା ପରେ ମୁଖ୍ୟମନ୍ତ୍ରୀ ଭାବ ବିହ୍ବଳ ହୋଇ ଶୋକ ପ୍ରକାଶ କରିବା ସହିତ ତାଙ୍କ ସ୍ଵାମୀ ଓ ତିନି ଗୋଟି ପୁଅ ଝିଅ ଙ୍କ ଭରଣ ପୋଷଣ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଦୁଇ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି । ଏ ଖବର ପାଇବା ପରେ ଆଜି ସୋନପୁର ଅଞ୍ଚଳ ର ବୁଦ୍ଧିଜୀବୀ ସଂସଦୀୟ ବ୍ୟାପାର ତଥା ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଝାରୀ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୋନପୁର ସହର ବାସି କୃତଜ୍ଞତା ଜ୍ଞାପନ କରିଛନ୍ତି । ମୃତ ବାସନ୍ତି ର ପିଲା ଛୁଆଙ୍କ ପାଇଁ ରାଜ୍ୟ ସରକାର ଙ୍କ ପକ୍ଷରୁ ମାଗଣା ଉଚ୍ଚ ଶିକ୍ଷା ବ୍ୟବସ୍ଥା ପାଇଁ ସହର ବାସୀ ଦାବୀ କରିଛନ୍ତି l