ବ୍ଲକଛକ ଦୁର୍ଗାପୂଜା କମିଟିର ଶୁଭସ୍ତମ୍ଭ ସ୍ଥାପନ

0
43
ବ୍ଲକଛକ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୮/୦୯) : ସୋନପୁର ବ୍ଲକଛକ ଦୁର୍ଗାପୂଜା କମିଟି ପକ୍ଷରୁ ଆଜି ଶୁଭସ୍ତମ୍ଭ ସ୍ଥାପନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଚଳିତ ବର୍ଷ କର୍ତ୍ତା ଭାବରେ ଜ୍ୟୋତିର୍ମୟ ମିଶ୍ର ଓ ଲକ୍ଷ୍ମୀପ୍ରିୟା ପାଣିଗ୍ରାହୀ ସସ୍ତ୍ରୀକ କାର୍ଯ୍ୟ ତୁଳାଉଥିବା ବେଳେ ପୂଜା ମଣ୍ଡପ ର ମୁଖ୍ୟ ପୁରୋହିତ ଭାବରେ ପଣ୍ଡିତ ନୀଳମଣି ମିଶ୍ର କାର୍ଯ୍ୟ ତୁଲାଉଛନ୍ତି । ବ୍ଲକଛକ ରେ ଏଵର୍ଷ ୧୪ ତମ ସାର୍ବଜନୀନ ଦୁର୍ଗାପୂଜା ପାଇଁ ଅକ୍ଟୋବର ୨୦ରେ ଅଧିବାସ, କଳସଯାତ୍ରା ଓ ବିଲ୍ୱବରଣ ହୋଇ ପରବର୍ତ୍ତୀ ଦିନଠାରୁ ମାଁ ଦୂର୍ଗା ଙ୍କର ସମସ୍ତ ପୂଜା ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହେବ । ଚଳିତ ବର୍ଷ ପୂଜାକୁ ଅଧିକ ଆକର୍ଷଣୀୟ ଭାବେ ପାଳନ କରାଯିବାପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଛି ।

ସ୍ଥାନୀୟ ରୟାଲ ପଡିଆ ଠାରେ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜନ ହେବାକୁ ଥିବା ସହ ଚଳିତ ବର୍ଷ ବିଶେଷ ଆକର୍ଷଣ ଭାବରେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଇଣ୍ଡିଆନ୍ ଆଇଡଲ ସିଙ୍ଗର ସୋହିନି ମିଶ୍ର, କୁଲଦୀପ ପଟ୍ଟନାୟକ ଙ୍କ ପୋଏଣ୍ଟ ବ୍ଲାଙ୍କ ବେଣ୍ଡ୍ ସହ ବହୁ ସୁନାମଧନ୍ୟ କଳାକାରମାନଙ୍କ ଦ୍ଵାରା ମେଲୋଡ଼ି ଓ ଅନ୍ୟ ଦିନ ମାନଙ୍କରେ ଭଜନ ସଂଧ୍ୟା , ଲୋକନୃତ୍ୟ କଳା ଓ କଳାକାର ସମ୍ବଲପୁର ଓ ରଙ୍ଗାରଙ୍ଗ ଗୀତ,ନାଚ ପରିବେଷଣ ହେବ ।

ବିଶେଷ କରି ଦଶହରା ଦିନ ରାବଣ ଦରବାର ସହ ରାବଣପୋଡି ତଥା ପିପିଲି ର ସୁଦକ୍ଷ ବାଣ କାରିଗର ମାନଙ୍କଦ୍ଵାରା ଆତସବାଜି ପ୍ରଦର୍ଶନ ହେବ । ସେହିପରି ରୟାଲ ପଡିଆ ଠାରେ ମୀନା ବଜାର, ଖାଦ୍ୟ ମେଳା ମଧ୍ୟ ଆୟୋଜିତ ହେବାସହ ୨୭ ତାରିଖରେ ବିଭିନ୍ନ ପାରମ୍ପାରିକ ନୃତ୍ୟ ସହ ରାଜ୍ୟ ତଥା ରାଜ୍ୟ ବାହାରର କଳାକାରମାନଙ୍କ ଦ୍ଵାରା କଳା ପ୍ରଦର୍ଶନ ସହ ଭଷାଣୀ ଯାତ୍ରା ଅନୁଷ୍ଠିତ ହେବ ବୋଲି ବୋଲି ସଭାପତି ଅରବିନ୍ଦ ବାରିକ ଓ ସଂପାଦକ ନିଶାନ୍ତ କୁମାର ମହାନ୍ତି ସୂଚନା ଦେଇଛନ୍ତି ।