ଝିଅକୁ ଧରି ନଦୀକୁ ଡେଇଁଲା ବାପା

0
44
ଝିଅକୁ ଧରି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭଦ୍ରକ, (୨୮/୦୯) : ବିଳମ୍ବିତ ରାତିରେ ବାପ ଡେଇଁ ପଡ଼ିଲା ବୈତରଣୀ ନଦୀକୁ ଅଢେଇ ବର୍ଷର ଝିଅକୁ ଧରି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ବୈତରଣୀ ନଦୀରେ ଖୋଜାଖୋଜି ଆରମ୍ଭ ।

୧୬ ନମ୍ବର ଜାତୀୟ ରାଜପଥ ଆଖୁଆପଦା ବୈତରଣୀ ପୋଲ ଉପରୁ ଡେଇଁ ପଡ଼ିଲେ ବାପା ଝିଅକୁ ଧରି । ଡେଇଁ ଥିବା ବେକ୍ତିଙ୍କ ନାମ ଚନ୍ଦନ କୁମାର ସହୁ ହୋଇଥିବା ବେଳେ ତାଙ୍କ ଝିଅର ବୟସ ମାତ୍ରା ଅଢେଇ ବର୍ଷ ହୋଇଥିବା ବେଳେ ଘର ଭଦ୍ରକ ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ବାଲିପୋଖରୀ ପଞ୍ଚାୟତ ପରମାନନ୍ଦ ପୁର ଗ୍ରାମର ବୋଲି ସୂଚନା ଅନୁଯାୟୀ ଜଣାପଡିଛି ।

ଘଟଣାସ୍ଥଳରେ ତାଙ୍କ ବାଇକ୍ ଥିବା ବେଳେ, ଭଣ୍ଡାରିପୋଖରୀ ପୋଲିସ ପହଞ୍ଚି ବେକ୍ତିଙ୍କ ଗାଡ଼ି ଜବତ କରିବା ସହ ଏକ ମନି ପସ୍ ଜବତ କରିଥିବା ସୂଚନା ଅନୁଯାୟୀ ଜଣାପଡିଛି ପଡ଼ିଛି । ତେବେ ଚନ୍ଦନଙ୍କ ସ୍ତ୍ରୀ ଦୁଇ ମାସ ତଳେ ମୃତ ହୋଇଯାଇଥିବା ବେଳେ ଚନ୍ଦନ କାହିଁକି ଏଭଳି ଆତ୍ମହତ୍ୟା କୁ ଉଦ୍ୟମ କରି ନଦୀ କୁ ଡେଇଁଲେ ବର୍ତ୍ତମାନ ସୁଦ୍ଧା କିଛି ଜଣା ପଡ଼ିନାହିଁ ।