ଫାଇନାନ୍ସ ସଂସ୍ଥାର କର୍ମଚାରୀଙ୍କୁ ଅପହରଣ ଅଭିଯୋଗ

0
51
ଫାଇନାନ୍ସ ସଂସ୍ଥାର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦ୍ରାପଡା, (୨୮/୦୯) : ଏକ ଘରୋଇ ଫାଇନାନ୍ସ ସଂସ୍ଥାର କର୍ମଚାରୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି ।

ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ତନ୍ତିଆପାଳ ସାମୁଦ୍ରିକ ଥାନା ଆନ୍ତର୍ଗତ ବାବର ଅଞ୍ଚଳରେ । ନିଖୋଜ ଥିବା କର୍ମଚାରୀ ଜଣଙ୍କ ହେଲେ ରାଜଗଡ଼ ଗ୍ରାମର ସ୍ୱାଗତ ସାମଲ । ଗତକାଲି ସ୍ୱାଗତ ତନ୍ତିଆପାଳ ଥାନା ବାବର ଅଞ୍ଚଳକୁ କିସ୍ତି ପଇସା ଆଦାୟ କରିବାକୁ ଆସିଥିଲେ। ସନ୍ଧ୍ୟାବେଳେ ବେଳେ ବାବର ଆଇବି ଛକ ପାଖରେ ସ୍ୱାଗତଙ୍କ ମୋଟର ସାଇକଲ ଥୁଆ ହୋଇଥିଲା । ବାଇକ୍ ପଡ଼ିଥିବା କିଛି ଦୂରରେ ତାଙ୍କ ଚପଲ ଏପଟ ସେପଟ ହୋଇ ପଡ଼ିଥିଲା । ସ୍ଥାନୀୟ ଲୋକେ ଏହି ବାଇକ୍‌ଟି ସ୍ୱାଗତଙ୍କର ଚିହ୍ନିଥିଲେ । ଏନେଇ ସ୍ୱାଗତଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ ।

ପରିବାର ଲୋକ ସ୍ୱାଗତଙ୍କୁ ଫୋନ୍ କରିଥିଲେ । ହେଲେ ସ୍ୱାଗତଙ୍କ ଫୋନ୍‌ ସୁଇଚଅଫ୍ ଆସିଥିଲା ।ପରିବାର ଲୋକେ ତାଙ୍କୁ ବହୁତ ଖୋଜାଖୋଜି କରିଥିଲେ, ହେଲେ ପାଇ ନଥିଲେ। ପରେ ପରିବାର ଲୋକେ ତନ୍ତିଆପାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସ୍ୱାଗତଙ୍କୁ ଅପହରଣ କରାଯାଇଥିବା ତାଙ୍କ ବଡ଼ ଭାଇ ଅଭିଯୋଗ କରିଛନ୍ତି । ପୁଲିସ ସ୍ୱାଗତଙ୍କୁ ଖୋଜାଖୋଜି କରିବା ସହ ଘଟଣାର ତଦନ୍ତ କରୁଛି ।