ଶ୍ରୀଗୁଣ୍ଡିଚା ମନ୍ଦିର ଅରୁଣସ୍ତମ୍ବ ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ପରିଚାଳକ ପ୍ରଦୀପ ସାହୁଙ୍କ ୧ ଲକ୍ଷ ଟଙ୍କା ଦାନ

0
75
ଶ୍ରୀଗୁଣ୍ଡିଚା ମନ୍ଦିର

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୨୯/୯) : ଗୁଣପୁରରେ ନବନିର୍ମିତ ଶ୍ରୀଗୁଣ୍ଡିଚା ମନ୍ଦିରର ଅରୁଣସ୍ତମ୍ବ ପାଇଁ ସ୍ଥାନୀୟ ବାସିନ୍ଦା ପ୍ରଦୀପ କୁମାର ସାହୁ ନିଜ ସ୍ବର୍ଗୀୟ ପିତା ହରିକୃଷ୍ଣ ସାହୁଙ୍କ ସ୍ମୃତିରେ ୧ ଲକ୍ଷ ଟଙ୍କା ଦାନ କରିଛନ୍ତି ।

ଉକ୍ତ ଦାନ ଟଙ୍କାକୁ ଶ୍ରୀ ଜଗନ୍ନାଥ ମନ୍ଦିର ଉନ୍ନୟନ କମିଟିକୁ ଅନଲାଇନ ମାଧ୍ୟମରେ ପ୍ରଦାନ କରିଥିବା ଜଣାପଡିଛି । ସମ୍ପ୍ରତି ଶ୍ରୀ ସାହୁ ଖୋର୍ଦ୍ଧା କେନ୍ଦ୍ରୀୟ ବ୍ୟାଙ୍କରେ ବରିଷ୍ଠ ପରିଚାଳକ ରୂପେ କାମ କରୁଛନ୍ତି । ବରିଷ୍ଠ ବ୍ୟାଙ୍କ ପରିଚାଳକ ଶ୍ରୀ ସାହୁ ଜଣେ ଭଲ କଣ୍ଠଶିଳ୍ପୀ ଓ ବିଶିଷ୍ଟ କବି ରୂପେ ପରିଚିତ । ତାଙ୍କର ଅନେକ ସଙ୍ଗୀତ ସିଡି ଓ କବିତା ସଙ୍କଳନ ପୁସ୍ତିକା ପ୍ରକାଶିତ ହୋଇଛି । ସର୍ବପରି ସେ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ସ୍ଵର୍ଗତଃ ପଣ୍ଡିତ ରଘୁନାଥ ପାଣିଗ୍ରାହୀଙ୍କ ଭଣଜା ହେବେ। ସୂଚନାଯୋଗ୍ୟ ଗତ ଛଅ ମାସ ଧରି ଗୁଣପୁରରେ ଶ୍ରୀଗୁଣ୍ଡିଚା ମନ୍ଦିର କାର୍ଯ୍ୟ ଜୋରସରରେ ଆଗେଇ ଚାଲିଛି । ଉକ୍ତ ପ୍ରକଳ୍ପ ଶେଷ ହେବା ବେଳକୁ ପ୍ରାୟ ଦୁଇ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ଏହି ଅବସରରେ ଶ୍ରୀ ସାହୁଙ୍କୁ ମନ୍ଦିର କମିଟି କୃତଜ୍ଞତା ଜଣାଇଛନ୍ତି ।