ପାଣ ଗଣ୍ଡା ସମାଜ ପକ୍ଷରୁ ସ୍ମାରକପତ୍ର ପ୍ରଦାନ

0
45
ପାଣ ଗଣ୍ଡା

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୩୦/୦୯) : ପାଣ ଗଣ୍ଡା ସମାଜ ପକ୍ଷରୁ ସ୍ମାରକପତ୍ର ପ୍ରଦାନ ।WhatsApp Image 2023-09-29 at 23.36.18

ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଶଗଡା ଫାଣ୍ଡି ରୁଗୁଡି କନପା ପ୍ରାଥମିକ ବିଦ୍ୟାଳୟରେ ଚଳିତ ସେପ୍ଟେମ୍ବର ମାସ ୧୯ ତାରିଖ ଗଣେଷ ପୂଜା ସମୟରେ ଶିକ୍ଷକ ଅନ୍ତର୍ଯ୍ୟାମୀ ସାହୁ ଗଣ୍ଡା ଜାତିର ଛାତ୍ରଛାତ୍ରୀଙ୍କୁ ଜାତି ଆଣ ଆକ୍ଷେପ ସହିତ ଛୁଆଁ ଅଛୁଆଁ ଭେଦଭାବ କରିବା ଏବଂ School Management Committee ଚେୟାରମେନ ଶରତ ମହାକୁଡ଼ ଗଣ୍ଡା ଜାତିର ଛାତ୍ର ଛାତ୍ରୀ ଙ୍କୁ ଅଲଗା ବସି ପ୍ରସାଦ ସେବନ କରିବାକୁ ନିର୍ଦ୍ଦେଶ ଦେବା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସକାଶେ ଆଜି ବୌଦ୍ଧ ଜିଲ୍ଲା ପାଣ – ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ଏକ ସାତ ଜଣିଆ ପ୍ରତିନିଧି ମଣ୍ଡଳୀ ବ୍ଲକ ଶିକ୍ଷା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ଵେନ୍ଦ୍ରା କୁଜୁର ଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

ଏହି ପ୍ରତିନିଧି ମଣ୍ଡଳୀ ରେ ସଂଗଠନର ଜିଲ୍ଲା ସଭାପତି ରୋହିତ କହଁର, ଜିଲ୍ଲା ସାଧାରଣ ସମ୍ପାଦକ ସୁଧାଂଶୁ ଡାଙ୍ଗ, ସଂଗଠନ ସମ୍ପାଦକ ଦେବଦତ୍ତ ସାଗର, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଅନିରୁଦ୍ଧ ବେହେରା, ପୁରୁଷୋତ୍ତମ ବାଘ, ଶଗଡା ପଞ୍ଚାୟତ ଉପ ସଭାପତି ଭୀମସେନ ବିଭାର, ସମ୍ପାଦକ ବ୍ରଜ କିଶୋର କହଁର ପ୍ରମୁଖ ସାମିଲ ଥିଲେ ।