ରାସ୍ତା ତଳକୁ ଖସିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୩୫ ଯାତ୍ରୀ

0
43
ରାସ୍ତା ତଳକୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଜପତି, (୩୦/୦୯) : ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ଯାତ୍ରୀବାହୀ ବସ୍ । ଅଳ୍ପକେ ବର୍ତ୍ତିଲେ ୩୫ ଯାତ୍ରୀ ।

ଗତକାଲି ବିଳମ୍ବିତ ରାତିରେ ଏଭଳି ଦୁର୍ଘଟଣା ଗଜପତି ଜିଲ୍ଲା ମୋହନା ଥାନା ହିକିରିକୁପା ଗାଁ ନିକଟରେ ଘଟିଛି । ପ୍ରାୟ ୩୫ ଯାତ୍ରୀଙ୍କୁ ଧରି ଆର.ବି. କୋଚ୍ ନାମକ ଘରୋଇ ବସ୍‌ ଗତ ରାତିରେ ବ୍ରହ୍ମପୁରଠାରୁ ଇନ୍ଦ୍ରାବତି ଯାଉଥିଲା । ମାତ୍ର ହିକିରିକୁପା ଗାଁ ନିକଟସ୍ଥ ବୁଲାଣିଆ ରାସ୍ତାରେ ଡ୍ରାଇଭର ଭାରସାମ୍ୟ ହରାଇବାରୁ ବସ୍‌ଟି ରାସ୍ତାର ବାମ ପଟ ତଳକୁ ଖସିଯାଇଥିଲା।ଖବର ପାଇ ମୋହନା ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଯାତ୍ରୀମାନଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ ।

ଏଥିରେ କେହି ଆହତ ହୋଇ ନ ଥିବା ଜଣାଯାଇଛି। ଯାତ୍ରୀମାନଙ୍କୁ ଅନ୍ୟ ବସ୍‌ ନିଜ ନିଜ ଗନ୍ତ୍ୟବ୍ୟ ସ୍ଥଳକୁ ପଠାଇବାର ବ୍ୟବସ୍ଥା କରାଯାଇଥିଲା । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏପରି ଦୁର୍ଘଟଣା ଘଟିଥିବା ବେଳେ କେହି ମୃତାହତ ହୋଇ ନ ଥିବା ବସ୍ ଡ଼୍ରାଇଭର କହିଛନ୍ତି । ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି ।