ମାଟ୍ରିକ ପରୀକ୍ଷା ଅନ୍‌ଲାଇନ୍‌ ଫର୍ମ ଫିଲ୍‌ଅପ୍ ଅବଧି ବଢ଼ିଲା

0
53
ମାଟ୍ରିକ ପରୀକ୍ଷା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୧/୧୦) : ମାଟ୍ରିକ ପରୀକ୍ଷା ପାଇଁ ଅନ୍‌ଲାଇନ୍‌ ଫର୍ମ ଫିଲ୍‌ଅପ୍ ଅବଧିକୁ ବଢ଼ାଇ ଦିଆଯାଇଛି । ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ଏହି ଅବଧିକୁ ବଢ଼ାଇଛି ମାଧ୍ୟମିକ ଶିକ୍ଷା ପରିଷଦ

ଏନେଇ ଆଜି ପରିଷଦ ପକ୍ଷରୁ ପ୍ରେସ୍‌ ରିଲିଜ୍ ମାଧ୍ୟମରେ ସୂଚନା ଦିଆଯାଇଛି । ମାଟ୍ରିକ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ପାଇଁ ଅନ୍‌ଲାଇନ୍‌ ଫର୍ମ ଫିଲ୍‌ଅପ୍ ସହିତ ମଧ୍ୟମା ପରୀକ୍ଷାର ଅଫ୍‌ଲାଇନ୍ ଫର୍ମ ଫିଲ୍‌ଅପ୍ ଅବଧିକୁ ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ବୋର୍ଡ ପକ୍ଷରୁ କୁହାଯାଇଛି । ଧାର୍ଯ୍ୟ ସମୟ ମଧ୍ୟରେ ଫର୍ମ ଫିଲ୍‌ଅପ୍ ଶେଷ କରିବା ପାଇଁ ସ୍କୁଲ୍‌ଗୁଡ଼ିକୁ ଅନୁରୋଧ କରାଯାଇଛି । ଏହା ପରେ ଆଉ ଫର୍ମ ଫିଲ୍‌ଅପ୍ ଅବଧି ବୃଦ୍ଧି କରାଯିବ ନାହିଁ ବୋଲି ବୋର୍ଡ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି । ସୂଚନାଯୋଗ୍ୟ, ଆସନ୍ତାବର୍ଷ ଫେବ୍ରୁଆରୀ ୨୦ରୁ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ହେବ ।