ଜବରଦଖଲକାରୀ ଙ୍କ କବଳରୁ ବିଦ୍ୟୁତ ବିଭାଗର ଜମି ଉଦ୍ଧାର କଲା ବିଦ୍ୟୁତ ବିଭାଗ

0
281

ରିପୋର୍ଟ : ରବିଶଙ୍କର ମହାପାତ୍ର //
କୋରାପୁଟ,(୦୬/୦୯) : କୋରାପୁଟ ଜିଲ୍ଲା କୋଟପାଡ ସହରରେ ଦିନକୁ ଦିନ ସରକାରୀ ଓ ବେସରକାରୀ ଜମି ଜବର ଦଖଲର ଅଭିଯୋଗ ବଢିବାରେ ଲାଗିଛି । ଜବରଦଖଲକାରୀ ଙ୍କ କବଳରୁ ବିଦ୍ୟୁତ ବିଭାଗର ଜମିକୁ ବିଦ୍ୟୁତ ବିଭାଗ ଉଦ୍ଧାର କରିଛି |

ସୂଚନା ଅନୁଯାୟୀ ଅପର କୋଲାବ ସେକ୍ସନ ୨ କାର୍ଯ୍ୟାଳୟ ନିକଟରେ ଥିବା ବିଦ୍ୟୁତ ବିଭାଗର ଖାଲି ସ୍ଥାନକୁ ଜବର ଦଖଲ ଚାଲିଥିବା ବେଳେ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର କର୍ମଚାରୀମାନେ ସେଠାରେ ପହଁଞ୍ଚି ଜବରଦଖଲକାରୀ ଙ୍କ କବଳରୁ ବିଦ୍ୟୁତ ବିଭାଗର ଜମି ଉଦ୍ଧାର କରି ତାରବାଡ ଦେଇଥିବା ଜଣା ପଡିଛି । ପୂର୍ବରୁ ଜଙ୍ଗଲ ଓ ରାଜସ୍ବ ଜମି ପ୍ଲଟିଂ କରି ବିକ୍ରି ଚାଲିଥିବା ସାଧାରଣରେ ଆଲୋଚନା ହେଉଥିବା ବେଳେ ବର୍ତ୍ତମାନର ଏହି ଘଟଣା ସାଧାରଣରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି ।

ଉଭୟ ତହସିଲ ଓ ଏନ୍.ଏ.ସି.ର ନିଷ୍କ୍ରିୟତା ଯୋଗୁଁ ଦିନକୁ ଦିନ ଜବର ଦଖଲ ବୃଦ୍ଧି ପାଉଥିବାରୁ ବୁଦ୍ଧିଜୀବି ମହଲରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ତଦନ୍ତ ସମୟରେ ଜବର ଦଖଲକାରୀ ମାନେ ବିଭିନ୍ନ ଗୋଷ୍ଠୀ,ସମିତି ଇତ୍ୟାଦିର କାର୍ଯ୍ୟାଳୟ ନିର୍ମାଣ ଚାଲିଥିବା କହି ଖସି ଯାଉଥିବା ପରିଲକ୍ଷିତ ହେଉଛି । ଏ ନେଇ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ଶ୍ରୀ କେ.କେ.ଚାନ୍ଦଙ୍କୁ ଯୋଗାଯୋଗ କରିବାରୁ ତାରବାଡ ଓ ଲୁହା ତାର ସହ ପାଚେରୀ କାମ ଚାଲୁ ରହିଥିବା ପ୍ରକାଶ କରିଛନ୍ତି ।