ଜିଆଇଇଟି ବିଶ୍ୱବିଦ୍ୟାଳୟରେ ମହାତ୍ମାଗାନ୍ଧୀଙ୍କ ଜୟନ୍ତୀ ପାଳିତ

0
38
ଜିଆଇଇଟି

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୨/୧୦) : ଆଜି ସ୍ଥାନୀୟ ଜିଆଇଇଟି ବିଶ୍ୱବିଦ୍ୟାଳୟ ପରିସରରେ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଜୟନ୍ତୀ ମହାଡମ୍ବରରେ ପାଳିତ ହୋଇଯାଇଛି ।

ଏହି ଅବସରରେ ବିଶ୍ୱବିଦ୍ୟାଳୟର ପରିସରରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପ୍ରୋ ଚାନ୍ସେଲର ପ୍ରଫେସର୍ ଲଲିତ ମୋହନ ପଟ୍ଟନାୟକ, କୁଳପତି ପ୍ରଫେସର ଏ ଭି ଏନ ଏଲ ଶର୍ମା, ରେଜିଷ୍ଟ୍ରାର ଡ଼ଃ.ଏନ ଭି ଜଗନ୍ନାଧା ରାଓ ପୁଷ୍ପମାଲ୍ୟ ଅର୍ପଣ କରି ମହାତ୍ମାଗାନ୍ଧୀଙ୍କ ଆଦର୍ଶ ଜୀବନ ଓ ଚିନ୍ତାଧାରାକୁ ଆପଣାଇବା ପାଇଁ ଉପଦେଶ ଦେଇଥିଲେ । ବିଶ୍ଵବିଦ୍ୟାଳୟର କୃଷି ମହାବିଦ୍ୟାଳୟର ଡିନ ପ୍ରଫେସର ସନ୍ତୋଷ କୁମାର ପଣ୍ଡା, ସ୍କୁଲ ଅଫ ଇଞ୍ଜିନିୟରିଂ ର ଡିନ ପ୍ରଫେସର ଏ.ବି.ଶ୍ରୀନିବାସ ରାଓ, ସ୍କୁଲ୍ ଅଫ୍ ମେନେଜମେଣ୍ଟ ଡିନ ପ୍ରଫେସର ଏମ ଜଗଦିଶ, ପରୀକ୍ଷା ନିରୀକ୍ଷକ ପି ବିଜୟ କୁମାର,କ୍ରୀଡା ଅଧିକାରୀ ରବୀନ୍ଦ୍ର କୁମାର ପଣ୍ଡା, ସମେତ ଅନ୍ୟାନ୍ୟ ଅଧ୍ୟାପକ, ଅଧ୍ୟାପିକା କର୍ମଚାରୀ ବୃନ୍ଦ ଯୋଗ ଦେଇଥିଲେ ।

ବିଶ୍ଵବିଦ୍ୟାଳୟ ସାଂସ୍କୃତିକ ବିଭାଗର ଆବାହକ ପ୍ରଫେସର ରାଧାକୃଷ୍ଣ ପାଢ଼ୀ ଓ ଜାତୀୟ ସେବା ଯୋଜନା ର ଆବାହକ ଡ଼ଃ ପ୍ରେମାନସୁ ଶେଖର ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଗାନ୍ଧୀଙ୍କ ଜୀବନୀ ବିଷୟରେ ବକୃତା,ସାଧାରଣ ଜ୍ଞାନ, ନୃତ୍ୟ,ଝୁଟି, ସଙ୍ଗୀତ, ଚିତ୍ରାଙ୍କନ ପ୍ରଭୃତି ପ୍ରତିଯୋଗିତା ଅନୁଷ୍ଠିତ କରଯାଇଥିଲା । ପରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରଯାଇଥିଲା ।