ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା : ଅନ୍ୟ ଯୁବତୀଙ୍କୁ ବିବାହ ଅଭିଯୋଗ

0
42
ବିବାହ ପ୍ରତିଶ୍ରୁତି

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, (୦୬/୧୦) : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ବେଲପଡ଼ା ଥାନା ଅନ୍ତର୍ଗତ ରତ୍ନାବତି ମାଝି ନାମ୍ନୀ ଜଣେ ଯୁବତୀଙ୍କ ସହ ଉକ୍ତ ଗ୍ରାମର ଗୋକୁଳ ମାଝୀ ନାମକ ଜଣେ ଯୁବକ ଦୀର୍ଘ ଦିନ ଧରି ଶାରୀରିକ ସମ୍ପର୍କ ରଖିବା ସହ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଦେଇ ଅନ୍ୟ ଜଣେ ଯୁବତୀ ସହ ବିବାହ କରିବା ଅଭିଯୋଗ ହୋଇଛି ।

ଉକ୍ତ ଅଭିଯୁକ୍ତ ଗୋକୁଳ ମୁଁ ବିବାହ କରିବି ଶାରୀରିକ ସମ୍ପର୍କ ରଖ କହିବା ଓ ଏ ନେଇ କାହାକୁ କିଛି ଯଦି କହୁ ଜୀବନରେ ମାରିଦେବା ଧମକ ଦେଇ ଅନିଚ୍ଛା ସତ୍ତ୍ବେ ଶାରୀରିକ ସମ୍ପର୍କ ରଖି ଆସୁଥିଲା । ହେଲେ ପରେ ସେ ବିବାହ ପାଇଁ ମନା କରି ଦେଇ ତୋ ନିକଟରେ କ’ଣ ପ୍ରମାଣ ଅଛି କହିଥିଲା ବୋଲି ରତ୍ନାବତି ବଲାଙ୍ଗୀର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ପ୍ରେମ ସମ୍ପର୍କ ରଖି ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିବା ନେଇ ପୂର୍ବରୁ ବେଲପଡା ଥାନା ରେ ଏତଲା ରୁଜ୍ଜୁ ହୋଇଥିବା ଓ ତାହା କୋର୍ଟରେ ବିଚାରଧୀନ ଥିବା ପୋଲିସ ପ୍ରକାଶ କରିଥିଲା ।

ଉକ୍ତ ଅଭିଯୁକ୍ତ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବା ନେଇ ଆଉ ଏକ ମାମଲା ରୁଜ୍ଜୁ କରିବା ନେଇ ଆବେଦନ କରିଥିଲେ । ହେଲେ ବେଲପଡ଼ା ପୋଲିସ ମନା କରିଦେବା ଓ ସେ ଜାମିନ ରେ ଆସିଥିବା ଯୋଗୁଁ ପୁନଃ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ମନା କରିଥିଲେ । ଏ ନେଇ ସେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ଦ୍ବାରସ୍ଥ ହୋଇ ଲିଖିତ ଅଭିଯୋଗ କରି କାର୍ଯ୍ୟାନଷ୍ଠାନ ଦାବି କରିଛନ୍ତି । ନ୍ୟାୟାଳୟ ରେ ବିଚାର ଧିନ ମାମଲା ଥିବା ବେଳେ ଏବେ ପ୍ରଶାସନ କିଭଳି କାର୍ଯ୍ୟ।ନୁଷ୍ଠାନ ଗ୍ରହଣ କରିବ ସେ ନେଇ ସାଧାରଣ ରେ ବେଶ୍ ଚର୍ଚ୍ଚା ଜୋର ଧରିଛି ।