ବର୍ଷା ଅଭାବରୁ ଫସଲ ନଷ୍ଟ ହୋଇଯିବାରୁ ବିଷ ପାନ କରି ଚାଷୀଙ୍କ ଶୋଚନୀୟ ମୃତ୍ୟୁ ଅଭିଯୋଗ

0
208

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର,ତା(୦୬/୦୯) : ଦାଦନ ପ୍ରବଣ ବଲାଙ୍ଗୀର ଜିଲ୍ଲା ର ତୁରେକେଲା ବ୍ଲକ ଅନ୍ତର୍ଗତ ବାବେଝୁରି ଗ୍ରାମର ଜଣେ ଚାଷୀ ବର୍ଷା ଅଭାବରୁ ଫସଲ ନଷ୍ଟ ହୋଇଯିବାରୁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା ।

ଏ ନେଇ ସବିଶେଷ ତଦନ୍ତ ଜିଲ୍ଲା ପ୍ରଶାସନ ତରଫରୁ କରାଯାଉଥିବା ବେଳେ ଅନୁରୂପ ଭାବେ ଆଉ ଜଣେ ଚାଷୀ ବିଷ ପିଇ ଦେଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅନୁରୂପ ଭାବେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ ଭାଳୁଜୁରୀ ଗାଁରେ ବର୍ଷା ଅଭାବରୁ ଫସଲ ନଷ୍ଟ ହୋଇଯିବାରୁ ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଅଭିଯୋଗ ଅନୁଯାୟୀ,ଯୁଧିଷ୍ଠିର ଭୋଇ (୪୦) ଶନିବାର ସନ୍ଧ୍ୟା ୭.୩୦ ସମୟରେ ନିଜ ବିଲ ବା ଜମି ରୁ ନିଜ ଘରକୁ ଫେରିଥିଲେ | ସେ ଘରେ ପହଞ୍ଚି ପରିବାର ଲୋକଙ୍କୁ କୀଟନାଶକ ବିଷ ପିଇ ଦେଇଥିବା କହିଥିଲେ । ପରିବାର ଲୋକ ତୁରନ୍ତ ତାଙ୍କୁ ପାଟଣାଗଡ଼ ଡାକ୍ତରଖାନାକୁ ନେଇଥିଲେ । ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଡାକ୍ତର ବଲାଙ୍ଗୀର ଜିଲ୍ଲା ମ୍ୟାଡିକାଲ କଲେଜ ଡାକ୍ତରଖାନା କୁ ସ୍ଥାନାନ୍ତର କରିଥିଲେ । ବଲାଙ୍ଗିର ଭୀମ ଭୋଇ ମ୍ୟାଡିକାଲ କଲେଜ ଡାକ୍ତର ଖାନା ନେଇ ଚିକିତ୍ସା ଆରମ୍ଭ କରାଯାଇ ଥିବା ବେଳେସେଠାରେ ଚିକିତ୍ସା କରାଯାଉଥିବା ସମୟରେ ତାଙ୍କର ଶୋଚନୀୟ ମୃତ୍ୟୁ ଘଟିଛି ।

ଗତକାଲି ଦିନବେଳା ୩ଟାରେ ମୃତ୍ୟୁ ହୋଇଥିଲା । ମୃତକ ଚାଷୀ ଜଣକ ଅନ୍ୟ ଗ୍ରାମର ତେଜରାମ ମାଝୀ ଓ ଗଙ୍ଗାଧର ମାଝୀ ୫ ଏକର ଜମିକୁ ଭାଗ ଚାଷୀ ଭାବେ ନେଇ ତଥା ନିଜ ୨ ଏକର ଜମିରେ ଚାଷ କରିବା ପାଇଁ ତଳି ପକାଇଥିଲେ ହେଲେ ବର୍ଷାର ଅଭାବ ଯୋଗୁଁ ତଳି ଲଗାଇ ପାରିନଥିଲେ ବୋଲି ମୃତକ ଚାଷୀ ଙ୍କ କାକା ଜଗଦୀଶ ଭୋଇ କହିଛନ୍ତି । ମୃତ ଚାଷୀ ଯୁଧିଷ୍ଠିର ଭୋଇଙ୍କ ବଡ଼ ୭ ବର୍ଷ ର ଏକ ଝିଅ ଓ ୫ ବର୍ଷର ଗୋଟିଏ ଝିଅ ଅଛନ୍ତି ।

ଆଜି ସୋମବାର ପରିବାର ଲୋକେ ଶବ ସତ୍କାର କରିଥିବା ଜଣାଯାଇଛି । ମୃତକ ଚାଷୀ ଯୁଧିଷ୍ଠିର ପରିବାର ର ଏକ ମାତ୍ର ରୋଜଗାରକ୍ଷମ ହୋଇ ଥିବାରୁ ପରିବାର ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ପରିବାର ତଥା ଗ୍ରାମବାସୀ ଦାବୀ କରିଛନ୍ତି ।