ମୁହଁରେ ତକିଆ ଦେଇ ନିର୍ମମ ଭାବେ ନିଜ ସ୍ତ୍ରୀ କୁ ହତ୍ୟା କରି ଅଭିଯୁକ୍ତ ସ୍ୱାମୀ ଫେରାର

0
387

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର,ତା(୦୬/୦୯) : ନିଜ ସ୍ତ୍ରୀ କୁ ମୁହଁରେ ତକିଆ ଦେଇ ନିର୍ମମ ଭାବେ ହତ୍ୟା କରି ଅଭିଯୁକ୍ତ ସ୍ୱାମୀ ଫେରାର ହୋଇଯାଇ ଥିବା ବେଳେ ଏ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

ସାତ ଜନ୍ମ ପାଇଁ ସାଥି ହୋଇ ରହିବେ ବୋଲି ପ୍ରତିଜ୍ଞା କରିଥିବା ସ୍ୱାମୀ ତାଙ୍କ ଶ୍ୱଶୁର ଘରେ ନିଜ ସ୍ତ୍ରୀକୁ ମୁହଁରେ ତକିଆ ଦେଇ ହତ୍ୟା କରି ଫେରାର ହୋଇ ଯାଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି ।

ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଆଗଲପୁର ଫାଣ୍ଡି ଅର୍ନ୍ତଗତ ଫଟାମୁଣ୍ଡା ଗାଁରେ ଗତ ସାତ ବର୍ଷ ତଳେ ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଡୁଙ୍ଗୁରିପାଲି ଗାଁର ଗାନ୍ଧିଲାଲ ସାହୁ ଫଟାମୁଣ୍ଡା ଗାଁର କସ୍ତୁରୀ ସାହୁଙ୍କୁ ବୈଦିକ ରୀତିନୀତିରେ ଵାହା ହୋଇଥିଲେ । ଦୁଇ ଜଣଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି । ସ୍ୱାମୀ ଗାନ୍ଧିଲାଲ ମଦ ପିଇ ସ୍ତ୍ରୀକୁ ବାରମ୍ୱାର ମାରପିଟ କରିବାରୁ ଗତ ଚାରି ମାସ ତଳେ କସ୍ତୁରୀ ନିଜ ବାପ ଘରକୁ ଚାଲି ଆସିଥିଲେ ।

ଗୋଟିଏ ମାସ ତଳେ ମଦ୍ୟପ ସ୍ୱାମୀ ପୁଣି ଶ୍ୱଶୁର ଘରକୁ ଆସି କସ୍ତୁରୀ ସହିତ ରହିବାକୁ ଲାଗିଲା । କାମଧନ୍ଦା କିଛି ବି କରୁନଥିବାରୁ ଏହାକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳି ଝଗଡା ଲାଗି ରହୁଥିଲା । ଗତ ବିଳମ୍ୱିତ ରାତି ରେ ସ୍ୱାମୀ ଗାନ୍ଧିଲାଲ,ସ୍ତ୍ରୀକୁ ତଣ୍ଟିଚିପି ହତ୍ୟା କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ଲୋଇସିଂହା ଥାନା ଅଧିକାରୀ ଓ ଆଗଲପୁର ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ବଲାଙ୍ଗୀରରୁ ସାଇଣ୍ଟିଫିକ ଟିମ୍ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି । ପୋଲିସ ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବଲାଙ୍ଗୀରକୁ ପଠାଇଛି । ଫେରାର୍ ଅଭିଯୁକ୍ତକୁ କାବୁ କରିବାକୁ ଲୋଇସିଂହା ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।