ଶିକରପାଇ ରେଳ ଷ୍ଟେସନରେ ହୀରାଖଣ୍ଡ ଟ୍ରେନ ରହଣି ପାଇଁ ଡି.ଆର.ଏମଙ୍କ ନିକଟରେ ଦାବି

0
70
ଶିକରପାଇ ରେଳ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୫/୧୦) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ଶିକରପାଇ ରେଳ ଷ୍ଟେସନରେ ହୀରାଖଣ୍ଡ ଟ୍ରେନ ରହଣି ପାଇଁ ଶିକରପାଇ ମଣ୍ଡଳ ବିଜେପି ଦଳ ପକ୍ଷରୁ ଆଜି ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି ।

ସୂଚନା ଅନୁଯାୟୀ କୋବିଡ଼ ୧୯ ଆରମ୍ବ ଠାରୁ ଶିକରପାଇ ରେଳ ଷ୍ଟେସନରେ ହୀରାଖଣ୍ଡ ଟ୍ରେନ ରହୁନାହିଁ । ପୂର୍ବରୁ ରହୁଥିଲା ବର୍ତ୍ତମାନ କୋବିଡ଼ ସ୍ଥିତି ସୁଦୁରିବା ସହ ସ୍ବଭାବିକ ହେଲା ରେଳ ଯାତ୍ରୀ ମାନେ ସ୍ବଭାବିକ ହୋଇ ଯାଇଛି । ଶିକରପାଇ ରେଳ ଷ୍ଟେସନ ପାରିପାର୍ଶ୍ଵରେ ୩ଟି ବ୍ଳକ ୨୧ ଟି ଗ୍ରାମ ପଞ୍ଚାୟତ ୧ ଲକ୍ଷ ୫୦ ୦୦୦ ହାଜର ରୁ ଉର୍ଦ୍ଧ୍ବ ଅଞ୍ଚଳ ରହିଛି । ତହିଁ ମଧ୍ୟ ରୁ ବ୍ୟବସାୟୀ, ଆବଶ୍ୟକ ସ୍ବାସ୍ଥ୍ୟ ସେବା, ପିଲା ମାନଙ୍କର ଶିକ୍ଷା କ୍ଷେତ୍ରରେ ଭୁବନେଶ୍ୱର ଯିବା ଆସିବା ପାଇଁ ବହୁତ ଅସୁବିଧା ରେ ସମ୍ମୁଖିନ ହେଉଛି । ଅଞ୍ଚଳ ବାସୀ ରେଳ ସେବା ପାଇବାରେ ବଞ୍ଚିତ ହେଉଥିବା ଦେଖି ଆମେ ଶିକରପାଇ ମଣ୍ଡଳ ବିଜେପି ପକ୍ଷରୁ ଦାବି କରିଛନ୍ତି ।

ପୂର୍ବରୁ ଏକ ଦାବିପତ୍ର ତା ୧୬/୬ ୨୦୨୨ରେ ପତ୍ର ସଂଖ୍ୟା ୧୯ ଓ ଡି ଆର ଏମ ବିଶାଖାପାଟନମକୁ ସାକ୍ଷାତ କରିଥିଲେ । ପୁଣି ଜି ଏମ ଇକୋ ରେଳ ବିଭାଗ କୁ ଭୁବନେଶ୍ୱର ୨୦/୧୨/୨୨କୁ ଦିଆଯାଇଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ରେଳ ରୋହଣି ର ନାମ ନେଉନାହାନ୍ତି । ଯଦି ଆମର ଦାବି ଚଳିତ ମାସ ଅକ୍ଟୋବର ୨୩ ସୁଦ୍ଧା ପୂରଣ ନ ହୁଏ ତେବେ ଆମ୍ବେ ଆଇନ କୁ ହଟାମୁଠାକୁ ନେବାକୁ ବାଦ୍ୟ ହେବୁ ଏଥିପାଇଁ ରେଳ ବିଭାଗ କର୍ତ୍ତୃପକ୍ଷ ଦାୟୀ କରିବେ ବୋଲି ପୂର୍ବତନ ବିଜେପି ମଣ୍ଡଳ ସଭାପତି ମୋନଜ ସେଠୀ,ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ପଟେଲ,ହଲଦର ମିଶ୍ର ସମେତ ବିଜେପି ଦଳର କର୍ମ କର୍ତ୍ତା ମାନେ କହିଛନ୍ତି ।