ଚରଦାରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା

0
53
ଚରଦାରୁ

ରିପୋର୍ଟ : ଧୃବରାଜ ମିଶ୍ର
ବିନିକା, (୦୯/୧୦) : ବିନିକା ଅଞ୍ଚଳ ଚରଦାର ପ୍ରଶିଦ୍ଧ ଶୈବପୀଠ ବାବା କପିଲେଶ୍ବର ମନ୍ଦିର ପ୍ରାଙ୍ଗଣରୁ ବିନିକା ବିଜେଡି ନଗର ସଭାପତି ସୋମନାଥ ମିଶ୍ରଙ୍କ ନେତୃତ୍ୱରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି ।WhatsApp Image 2023-10-09 at 10.17.28

ଏହି ଅବସରରେ ଧର୍ମେନ୍ଦ୍ର ଥନାପତିଙ୍କ ପରିଚାଳନାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା, ସମ୍ମାନିତ ଅତିଥିଭାବରେ ବିନିକା ବ୍ଳକ ମହିଳା ବିଜେଡି ସଭାପତି ବୃନ୍ଦାବତି ନାଏକ, ଜିଲ୍ଲା ପରିଷଦ ସଭ୍ୟ ବଶିଷ୍ଟ ଭରାସାଗର, ବିନିକା ନଗରପାଲ ସୁବାଷ ଚନ୍ଦ୍ର ଭୋଇ, ଚରଦା ସମିତିସଭ୍ୟାଙ୍କ ପ୍ରତିନିଧି ଭିମସେନ ସାହୁ, ବିହାରୀଲାଲ ମିଶ୍ର ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ଜନ ହିତକର ଯୋଜନା ଉପରେ ମତବ୍ୟକ୍ତ କରିଥିଲେ ପରେପରେ ଜନ ସମ୍ପର୍କ ପଦଯାତ୍ରା ବାହାରିଥିଲା । ଏହି ପଦଯାତ୍ରା ଚରଦାରୁ ବାହାରି କୁଲପଡା (ଉର୍ଲ୍ଲେ), ବିନିକା ସହରର ବିଭିନ୍ନ ୱାର୍ଡ ଦେଇ ଯୋଗେଶ୍ବର ମନ୍ଦିରରେ ପହଞ୍ଚିଥିଲା । ଏହି ପଦଯାତ୍ରାରେ ଶତାଧିକ ବିଜେଡିର କର୍ମୀ ସାମିଲ ହୋଇଥିଲେ ।