ଉତ୍କଳ ମଣି ଗପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତୀ ପାଳନ

0
63
ଉତ୍କଳ ମଣି

ରିପୋର୍ଟ : ଲୋକନାଥ ସାହୁ
ଗୁଡ଼ାରୀ, (୯/୧୦) : ରାୟଗଡା ଜିଲ୍ଲା ଗୁଡ଼ାରୀ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ଥିବା ବୌଦ୍ଧିକ ମଣ୍ଡପ ଠାରେ ଉତ୍କଳ ମଣି ଗପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି l

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୀଳାମ୍ବର ଶବର ଯୋଗ ଦେଇ ଉତ୍କଳ ମଣି ଗପବନ୍ଧୁ ଦାସଙ୍କ ଫଟୋ ଚିତ୍ରରେ ପୁଷ୍ପ ଧୂପ ଦେଇ କାର୍ଯ୍ୟକ୍ରମକୁ ପ୍ରାରମ୍ଭ କରିଥିଲେ l ଉତ୍କଳ ମଣି ଗପବନ୍ଧୁ ଦାସଙ୍କ ଜୀବନୀ ଉପରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ପ୍ରଧାନ ଆଚାର୍ଯ୍ୟ ଦିଲୀପ କୁମାର ସାହୁ ଆଲୋକପାତ କରିଥିଲେ l ପରିଶେଷରେ ଛାତ୍ରଛାତ୍ରୀଙ୍କୁ ନେଇଁ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଥିବା ଉତ୍କଳ ମଣି ଗପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ଠାରେ ବିଦ୍ୟାଳୟର ପରିଚାଳନା କମିଟିର କୃଷ୍ଣ ପ୍ରସାଦ ସାହୁ ଗପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ l ଏହାପରେ ବିଦ୍ୟାଳୟର ଗୁରୁଜୀ ଗୁରୁମା ମାନେ ମିଳିତ ଭାବେ ଗୁଡାରି ରାଧାକୃଷ୍ଣ ମନ୍ଦିର, ଶିଶୁ ଉଦ୍ୟାନକୁ ଯାଇ ସେବା ଦିବସ ଯୋଗୁଁ ସ୍ୱଚ୍ଛତା କାର୍ଯ୍ୟ କରିଥିଲେ l କାର୍ଯ୍ୟକ୍ରମ ପରିଶେଷରେ ଆଚାର୍ଯ୍ୟ ବଂଶୀଧର ସଡ଼ଙ୍ଗୀ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ l