ପଞ୍ଚାୟତ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଯୁବ ରେଡ଼କ୍ରସର ଦିନିକିଆ ତାଲିମ ଶିବିର

0
45
ପଞ୍ଚାୟତ ଉଚ୍ଚମାଧ୍ୟମିକ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୧୦/୧୦) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲଶାଗୋରା ଠାରେ ଯୁବ ରେଡକ୍ରସ୍ ର ଏକ ଦିନିକିଆ induction training programe ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ ଶପଥ କାର୍ଯ୍ୟକ୍ରମ ଟିକୁ ଅଧ୍ୟକ୍ଷ ଦେବେନ୍ଦ୍ର ନାରାୟଣ ପଣ୍ଡା ଉଦଘାଟନ କରିଥିଲେ ଏବଂ ମୁଖ୍ୟ ଅତିଥି ଭାବେ ଜିଲ୍ଲା ରେଡ଼କ୍ରସ ସଂଯୋଜକ ଡକ୍ଟର ପ୍ରବୀର କୁମାର ଦାସ ଯୋଗଦେଇ ରେଡ଼କ୍ରସ ସ୍ବେଛାସେବୀ ମାନଙ୍କୁ ରେଡ଼କ୍ରସ ଉପରେ ତାଲିମ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଅଧ୍ୟାପିକା ପ୍ରଞ୍ଜାପରମିତା ମିଶ୍ର, ଅନାମିକା ମହାରଣା, ରାଧେଶ୍ୟାମ ପ୍ରଧାନ ଅଂଶଗ୍ରହଣ କରିଥିଲେ । ବିଦ୍ୟାଳୟର ଯୁବ ରେଡକ୍ରସ ପରାମର୍ଶଦାତା ଶ୍ରୀଯୁକ୍ତ ନାରାୟଣ ପଧାନ ଶପଥ କାର୍ଯ୍ୟକ୍ରମ ଟିକୁ ପରିଚାଳନା କରିଥିଲେ । ଛାତ୍ରଛାତ୍ରୀ ମାନଙ୍କୁ ରେଡ଼କ୍ରସ ଉପରେ ଆଲୋକପାତ କରିଥିଲେ । ଶେଷରେ ଅଧ୍ୟାପିକା ପ୍ରଞ୍ଜାପରମିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l