ବିଧାୟକଙ୍କ ଦ୍ବାରା ବିନିକା ମହାନଦୀ ସେତୁ ରିଙ୍ଗ ରୋଡର ଶିଳାନ୍ୟାସ

0
58
ବିଧାୟକଙ୍କ ଦ୍ବାରା

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୨/୧୦) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରବାସୀଙ୍କ ଦୀର୍ଘ ବର୍ଷର ସ୍ବପ୍ନ ସାକାର ହେବାକୁ ଯାଉଛି ।

ସହର ଦେଇ ପ୍ରବାହିତ ଚିରସ୍ରୋତା ମହାନଦୀ କୂଳରେ (ଆଡି ବନ୍ଧ) ରିଙ୍ଗ ରୋଡ ନିର୍ମାଣ ପାଇଁ ଆଜି ମାନ୍ୟବର ବିଧାୟକ ପଦ୍ମନାଭ ବେହେରାଙ୍କ ଦ୍ଵାରା ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସୂଚନା ଯୋଗ୍ୟଯେ ଏହି ସାମୁହିକ ଦାବୀ ପାଇଁ ସହରବାସୀଙ୍କ ତରଫରୁ ବରାବର ଦାବୀ ହୋଇ ଆସୁଥିଲା । ରାଜ୍ୟ ନବୀନ ସରକାର ଅଞ୍ଚଳବାସୀଙ୍କ ଦାବୀକୁ ପୂରଣ କରିବା ସହ ମହାନଦୀ ବ୍ରିଜ ଠାରୁ ଝରାପଡ଼ା ପର୍ଯ୍ୟନ୍ତ ମହାନଦୀ କୂଳରେ ରିଙ୍ଗ ରୋଡ ନିର୍ମାଣ ସକାଶେ ୧୩ କୋଟି ୮୫ ଲକ୍ଷ ଅନୁଦାନ ମଞ୍ଜୁର କରିଛନ୍ତି । ଆଜି ମାନ୍ୟବର ବିଧାୟକ ଶ୍ରୀ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବ୍ରିଜ ନିକଟରେ ନଡ଼ିଆ ଭାଙ୍ଗି ଫଳକ ଶିଳାନ୍ୟାସ କରିଥିଲେ l

ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ, ମେଜର ଇରିଗେସନ ବିଭାଗ ନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର ପାଢୀ, ବିନିକା ଏନଏସି ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଭୋଇ ସମ୍ମାନୀତ ଅତିଥି ଭାବେ ଉପସ୍ଥିତ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ତହସିଲଦାର ସୀତାରାମ ଭୁଏ, କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟ ନାରାୟଣ ପ୍ରଧାନ , ଉପାଧ୍ୟକ୍ଷ ତପସ୍ୱିନୀ ମେହେର, ନଗର ବିଜେଡ଼ି ସଭାପତି ସୋମନାଥ ମିଶ୍ର ପ୍ରମୁଖଙ୍କ ସମେତ ବିଜେଡ଼ି କର୍ମୀ ଓ ବହୁ ଜନସାଧାରଣ ସାମିଲ ହୋଇଥିଲେ ।