ଦାଦନ ଚାଲାଣ ଉପରେ ସଚେତନତା କାର୍ଯ୍ୟକ୍ରମ ସହ ଉଦ୍ଧାର – ୨ ଅନୁଷ୍ଠିତ

0
53
ଦାଦନ ଚାଲାଣ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, (୧୨/୧୦) : ସୁରକ୍ଷିତ ଦାଦନ ଶ୍ରମିକ ସମସ୍ୟା ଓ ତାର ପ୍ରତିକାର ନେଇ ବଲାଙ୍ଗୀର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଛି ।

ସୁରକ୍ଷିତ ଭାବେ ଦାଦନ ଶ୍ରମିକଙ୍କ ପାଇଁ ଏକ ସଚେତନତା ରଥ ଜିଲ୍ଲାପାଳ ଶ୍ରୀ ଚଞ୍ଚଳ ରାଣା ଶୁଭାରମ୍ଭ କରିଛନ୍ତି । ଲାଠୋର (ହରିଶଙ୍କରରୋଡ) ରୁ ଏ ରଥ ବାହାରିଥିଲା । ବାଲାଙ୍ଗୀର ଜିଲ୍ଲାର ଖପ୍ରାଖୋଲ ବ୍ଲକ୍ ଲାଠୋର ରାଧାକୃଷ୍ଣ ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ପ୍ରଶାସନ, ପୋଲିସ ବିଭାଗ ଓ ଆଡ ଏଟ୍ ଆକ୍ସନ ର ମିଳିତ ଉଦ୍ୟମରେ ବେଆଇନ ଦାଦନ ଚାଲାଣ ଉପରେ ସଚେତନତା ଓ ସହାୟତା କାର୍ଯ୍ୟକ୍ରମ ” ଉଦ୍ଧାର-୨” ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆଡ ଏଟ ଆକ୍ସନର ପ୍ରୋଗ୍ରାମ ଅଫିସର ସରୋଜ କୁମାର ବାରିକ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରଣା, ସମ୍ମାନିତ ଅତିଥି ରୂପେ ବଲାଙ୍ଗିର ଆରକ୍ଷୀ ଅଧିକ୍ଷକ ଋଷିକେଶ ଖିଲାରି, ଜିଲ୍ଲା ଶ୍ରମ ଅଧିକାରୀ ସୁକାନ୍ତ କୁମାର ସେଠୀ, ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ବେହେରା, ପାଟଣାଗଡ ଉପ ଜିଲ୍ଲାପାଳ ଡ଼ଃ ବିଜୟାନନ୍ଦ ସେଠୀ, ପାଟଣାଗଡ ଉପଖଣ୍ଡ ପୋଲିସ ଆରକ୍ଷୀ ଅଧିକାରୀ ଜ୍ୟୋତିର୍ମୟ ଭୁକ୍ତା, ବିଡ଼ିଓ ଆକାଶ ରଞ୍ଜନ ସାହୁ ପ୍ରମୁଖ ଯୋଗଦେଇ ଥିଲେ । ଏହି ଅବସରରେ ବେଆଇନ ଶ୍ରମିକ ଚାଲାଣ ରୋକିବାକୁ ସମସ୍ତେ ହାତ ମିଳାଇବା କହିଥିଲେ ।

ପ୍ରଥମେ ଅତିଥି ମାନେ ସଚେତନ ରଥ କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ପୋଲିସ ଅନ୍ୟ ମାନଙ୍କ ମଧ୍ୟରେ ଏନ ଏଚ ଆର୍ ସି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସସ୍ମିତା ବାରିକ, ସି ଡି ପି ଓ ସୁଜାତା ଦୋରା, ଲାଠୋର ଥାନା ଅଧିକାରୀ ଝସକେତନ ଭୋଇ, ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ଙ୍କ ସମେତ ପୋଲିସ ବିଭାଗ ର ପଦାଧିକାରୀ , ଏସ ଏଚ ଜି ମହିଳା, ଦାଦନ ଶ୍ରମିକ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ କୁ ସନ୍ଧ୍ୟାରାଣୀ ପତି ପରିଚାଳନା କରିଥିଲେ । ଦାଦନ ପ୍ରବଣ ଏହି ଜିଲ୍ଲା ରେ ଏହି ସଚେତନତା ସୃଷ୍ଟି କରିବା ଏକ ମାଇଲ ଖୁଣ୍ଟ ଭାବେ ପରିଗଣିତ ହେବା ଆଶା କରାଯାଉଛି ।