ମଦୁଆ ପ୍ରଧାନଶିକ୍ଷକଙ୍କୁ ପୋଲିସରେ ଜିମା ଦେଲେ ଗ୍ରାମବାସୀ

0
42
ମଦୁଆ ପ୍ରଧାନଶିକ୍ଷକଙ୍କୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୧୪/୧୦) : ସ୍କୁଲକୁ ମଦ ନେଇ ଆସୁଛନ୍ତି ପ୍ରଧାନଶିକ୍ଷକ । ମଦୁଆ ପ୍ରଧାନଶିକ୍ଷକଙ୍କୁ ଧରି ପୋଲିସରେ ଜିମା ଦେଲେ ଗ୍ରାମବାସୀ ।

ନିଆଳି ବ୍ଲକ୍ ଅଁଳ ପଞ୍ଚାୟତ ପିଙ୍ଗଳେଶ୍ବର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ମହାନ୍ତିଙ୍କୁ ଗ୍ରାମବାସୀଙ୍କ ବିରୋଧ । ଗତକାଲି ମଧ୍ୟାହ୍ନ ୧୨ଟାରେ ପ୍ରଧାନ ଶିକ୍ଷକ ନିଶାସକ୍ତ ଅବସ୍ଥାରେ ସ୍କୁଲରେ ପହଞ୍ଚିବା ପରେ ଦେଖାଦେଇଥିଲା ଉତ୍ତେଜନା । ସାର୍‌ଙ୍କ ବ୍ୟାଗରୁ ମଦ ମଧ୍ୟ ବାହାରିଥିଲା । ଯାହାକୁ ନେଇ ଦେଖାଦେଇଥିଲା ଉତ୍ତେଜନା । ନିଆଳି ପୋଲିସ ପ୍ରଧାନଶିକ୍ଷକଙ୍କୁ ଆଣି ଥାନାରେ ଅଟକ ରଖିଛି । ପୂର୍ବରୁ ପ୍ରଧାନଶିକ୍ଷକ ବିଧାୟକଙ୍କ ପ୍ରତାପ ଜେନାଙ୍କ କଥା କହି ଲୋକଙ୍କୁ ଧମକାଉଥିବା ଅଭିଯୋଗ ମଧ୍ୟ ହୋଇଛି ।