ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରି ଶିକ୍ଷକ ହଟହଟା

0
43
ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଢେଙ୍କାନାଳ, (୧୪/୧୦) : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନ୍ ଏ ସି ରେ ଥିବା ରାଧାନାଥପୁର ଉପ୍ରା ବିଦ୍ୟାଳୟର ଚତୁର୍ଥ ଶ୍ରେଣୀରେ ପାଠ ପଡୁଥିବା ଛାତ୍ରୀ ଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କଲେ ଶିକ୍ଷକ ଅରବିନ୍ଦ ସାହୁ ।

ଅଭିଯୋଗ ଆଣିଲେ ଛାତ୍ରୀ ଓ ପରିବାର ଲୋକେ । ଜଣେ ଶିକ୍ଷକଙ୍କର ଏଭଳି ହିନ ଅଭଦ୍ରାମି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡୁଛି । ଜଣେ ନିଚ ଜାତିର ଛାତ୍ରୀଙ୍କୁ ଏଭଳି ଅଭଦ୍ରାମି ଦେଖାଇବାର କାରଣ କ’ଣ ହୋଇଥାଇ ପାରେ । ସରକାର ଗରିବ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କୁ ମାଗଣା ଶିକ୍ଷା ବ୍ୟବସ୍ଥା ଯୋଗାଇ ଦେଉଥିବା ବେଳେ । ଏପଟେ ଗରିବ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷକ କରୁଛନ୍ତି ଅଣ ଦେଖା । ଜଣେ ଶିକ୍ଷକ ହୋଇ ଯଦି ଛାତ୍ରୀ ମାନଙ୍କୁ ଅଭଦ୍ର ଭାଷାରେ ଏଭଳି ଶିକ୍ଷା ଦେବେ ତାହାଲେ ପିଲା ମାନେ ପାଠ ପଢି କ’ଣ ଶିକ୍ଷା ପାଇବେ । ଏଭଳି ଘଟଣା ଉପରେ ପ୍ରଶାସନ କେବେ ଦୃଷ୍ଟି ଦେବା ସହ ଜଣେ ନଷ୍ଟ ଚରିତ୍ର ଶିକ୍ଷକଙ୍କ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।