ତୃତୀୟ ଜିଲ୍ଳାସ୍ତରୀୟ ଲୋକଅଦାଲତ ଅନୁଷ୍ଠିତ

0
61
ତୃତୀୟ ଜିଲ୍ଳାସ୍ତରୀୟ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୧୫/୧୦) : ଜିଲ୍ଲା ଆଇନ ସେବା ପ୍ରାଧିକରଣ ରାୟଗଡା ତତ୍ତ୍ବାବଧାନରେ ରାୟଗଡା ଜିଲ୍ଲା ସିଭିଲକୋର୍ଟ ପରିସରରେ ଆଜି ଜିଲ୍ଳାସ୍ତରୀୟ ଲୋକଅଦାଲତ ଅନୁଷ୍ଠିତ ହୋଇଯାଇଛି l

ଏହି ଲୋକ ଅଦାଲତରେ ରାୟଗଡା ମୂଖ୍ୟ କୋର୍ଟ ସମେତ ଗୁଣୁପୁର, ବିଷମକଟକ, କାଶୀପୁର ରେ ଦୀର୍ଘ ଦିନ ଧରି ପଡିରହିଥିବା ୭ଟି ମାମଲାର ଫଇସଲା ହୋଇ ଜରିମାନା ବାବଦକୁ ଟ.୪୫୨୦୦୦ (ଚାରି ଲକ୍ଷ ବାବନ ହଜାର ଟଙ୍କା) ଆଦାୟ ହୋଇଛି l ସେହିପରି ରାଜସ୍ବ ସମ୍ବନ୍ଧିତ ୧୬୦୦ ଟି ମାମଲା ଫଇସଲା ହୋଇ ଜରିମାନା ବାବଦକୁ ଟ.୮୧୮୨୦୫ (ଆଠ ଲକ୍ଷ ଅଠର ହଜାର ଦୁଇ ସହ ପାଞ୍ଚ ଟଙ୍କା) ଆଦାୟ ହୋଇଛି ହୋଇଛି l ଏହି ଲୋକ ଅଦାଲତ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା ଜଜ୍ ଶ୍ରୀ ସତ୍ୟନାରାୟଣ ଷଡଙ୍ଗୀଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଥିବା ଏହି ଲୋକ ଅଦାଲତ କୁ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଶ୍ରୀମତି ନିବେଦିତା ପଣ୍ଡା ପରିଚାଳନା କରିଥିଲେ I

ଏଥିରେ ପରିବାର ଅଦାଲତର ବିଚାରପତି ଶ୍ରୀ ଅମୃତ ରଞ୍ଜନ ନନ୍ଦ, ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ତଥା ପୋକ୍ସ ଅଦାଲତର ବିଚାରପତି ଶ୍ରୀମତି ସୋନାଲି ପଟ୍ଟନାଏକ୍, ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଶ୍ରୀମତି ରୀନା ଚୌଧୁରୀ, ମୁଖ୍ୟ ବିଚାରବିଭାଗୀୟ ଦଣ୍ଡାଧିକାରୀ ଶ୍ରୀମତି ମିନାକ୍ଷୀ ପ୍ରିୟଦର୍ଶିନି, ରେଜିଷ୍ଟ୍ରାର ଶ୍ରୀ ଦେବିଜୋତି ମହାପାତ୍ର, ମହିଳା କୋର୍ଟ ର ବିଚାରପତି ଶ୍ରୀମତି ସୋନଲ ଶର୍ମା, ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀ ସୌମ୍ୟରୂପ ସାହୁ, ଉପଖଣ୍ଡୀୟ ବିଚାରପତି ଶ୍ରୀମତି ବର୍ଷା ଦାସ, ପ୍ରୋବେସନରେ ଥିବା ସିଭିଲ ଜଜ୍ ରିଚି ମିଲନ ପାତ୍ର ପ୍ରମୁଖ ଯୋଗଦେଇଥିଲେ l ଜିଲ୍ଲା ଆଇନ ସେବା ପ୍ରାଧିକରଣ ତଥା ଜିଲ୍ଲା ଅଦାଲତ ର କର୍ମଚାରୀ ମାନେ ଏଥିରେ ସହଯୋଗ କରିଥିଲେ l