ସାଇବର ସୁରକ୍ଷା ସଚେତନତା ଉପରେ ମାରାଥନ ଦୌଡ଼ ପ୍ରତିଯୋଗିତା ଅନୁଷ୍ଠିତ

0
44
ସାଇବର ସୁରକ୍ଷା ସଚେତନତା

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୪/୧୦) : ସୁବର୍ଣ୍ଣପୁର ଜିଲ୍ଲା ପୁଲିସ ପକ୍ଷରୁ ବରିଷ୍ଠ ନାଗରିକ ମାନଙ୍କୁ ନେଇ ସାଇବର ସୁରକ୍ଷା ସଚେତନତା ଉପରେ ଏକ ମାରାଥନ ଦୌଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l

ସ୍ଥାନୀୟ କୁଞ୍ଜ ଛକ ଠାରୁ ବୀରମିତ୍ର ସିଂ ଦେଓ ଛକ ଯାଏଁ ଏହି ମାରାଥନ ପହଞ୍ଚି ସେଠାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇ ଥିଲା l ଏସପି ଅମରେଶ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମାରାଥନ କୁ ଶୁଭାରମ୍ଭ କରି ଥିଲେ l ସଚେତନତା ସଭା ରେ ଏସପି ଶ୍ରୀ ପଣ୍ଡା ଙ୍କ ସମେତ ଅତିରିକ୍ତ ଏସପି ହେମନ୍ତ କୁମାର ପାଢ଼ୀ, ଷ୍ଟେଟ ବ୍ୟାଙ୍କ, ବରିଷ୍ଠ ନାଗରିକ ଜ୍ୟୋତି ରଞ୍ଜନ ବହିଦାର, ଜ୍ୟୋତି ରଞ୍ଜନ ପଟ୍ଟ ନାୟକ, ଆର୍ତ୍ତ ତ୍ରାଣ ବାବୁ, ସ୍ୱଚ୍ଛ ଭାରତ ଉପ ସଭାନେତ୍ରୀ ଇନ୍ଦୁ ମତି ପୁରୋହିତ, ପ୍ରମୁଖ ବହୁ ବରେଣ୍ୟ ଅତିଥି ଯୋଗ ଦେଇ ବରିଷ୍ଠ ନାଗରିକ ତଥା ସାଧାରଣ ଜନତାଙ୍କୁ ସଚେତନ କରିଥିଲେ l ପରେ ମାରାଥନ ପ୍ରତିଯୋଗୀ କିଛି ବରିଷ୍ଠ ନାଗରିକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l

ମାରାଥନ ଓ ସଭା କାର୍ଯ୍ୟକ୍ରମ କୁ ମନୋଜ ପଣ୍ଡା ସଂଯୋଜନା କରିଥବା ବେଳେ ଅତିରିକ୍ତ ଏସପି ଶ୍ରୀ ପାଢ଼ୀ ଙ୍କ ତତ୍ୱା ବଧାନ ରେ ଏସ ଡି ପି ଓ ପ୍ରତାପ ରଣା, .ଆର ଆଇ ମାରାଣ୍ଡି, ସରୋଜ ବେହେରା, ଆଇ ଆଇ ସି ପଦ୍ମାସିନୀ ମେହେର, ଏ ଏସ ଆଇ ସୁଶୀଲ ବିଶି, ସସ୍ମିତା ଭୂତିଆ, ସାମ୍ବାଦିକ ମନୋରଞ୍ଜନ ତ୍ରିପାଠୀ ପ୍ରମୁଖ ସାମସ୍ତ ପୋଲିସ ଅଧିକାରୀ ସ୍ୱଚ୍ଛ ଭାରତ କର୍ମକର୍ତ୍ତା ସହଯୋଗ କରିଥିଲେ l