ସିପିଆଇ ମାଓବାଦୀ ବା-ଘୁ -ନା ଡିଭିଜନ ପକ୍ଷରୁ ହସ୍ତଲେଖା ଚିଠି ଗଣମାଧ୍ୟମକୁ ହସ୍ତଗତ

1
87
ସିପିଆଇ ମାଓବାଦୀ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂପୁର, (୧୫/୧୦) : ରାୟଗଡା ଜିଲ୍ଲା କଲ୍ୟାଣସିଂପୁରକୁ ଏକ ମାଓବାଦୀଙ୍କ ହସ୍ତଲେଖା ଚାରିପୃଷ୍ଠା ର ଚିଠି ଗଣମାଧ୍ୟମକୁ ମିଳିଛି ।WhatsApp Image 2023-10-15 at 16.30.05

ସେଥିରେ ରାୟଗଡା ପୁଲିସର ଜୁଲୁମ ଓ ଦଲାଲ ନେତାଙ୍କୁ ବିରୋଧ ରେ ଉଲ୍ଲେଖ ରହିଛି । ବେଦାନ୍ତ, ଆଦାନୀ, ବିର୍ଲା ପରି ଲୁଟେରା କମ୍ପାନୀମାନଙ୍କ ଖଣିଖନନ ପାଇଁ ପେଟି ଠିକା ନେଇଥିବା ଆନ୍ଦ୍ରର ମୈତ୍ରୀ କମ୍ପାନୀର ଗୁଣ୍ଡାସାଜି ରାୟଗଡା ପୁଲିସ ଗତ କିଛି ମାସ ହେବ ବିସ୍ଥାପନ ବିରୋଧୀ ଆନ୍ଦୋଳନକାରୀ ଓ ସାଧାରଣ ଜନତାଙ୍କ ଉପରେ ଭୀଷଣ ଜୁଲୁମ ଚଳାଇ ରଖିଛି । ଜୁଲାଇ ମାସରୁ ଏବେ ପର୍ଯ୍ୟନ୍ତ ସିଜୁମାଳି ଅଞ୍ଚଳରୁ ୨୨ଜଣ ଆନ୍ଦୋଳନକାରୀ, ନିୟମଗିରି ଆନ୍ଦୋଳନର ନେତା କୃଷ୍ଣ ଶିକକା, ଉପେନ୍ଦ୍ର ଓ କର୍ମୀ। ବଳି କରକରିଆ, ସମେତ ମୁନିଗୁଡା ଥାନା ଅନ୍ତର୍ଗତ କାରଜାପଙ୍ଗା ଗ୍ରାମର ୱାର୍ଡ ସଦସ୍ୟ ନୂଆମାଝୀ କାଡ୍ର।କା ଓ ପାତ୍ର।ଣି ଗ୍ରାମର ରାଗିଡି (ପ୍ରକାଶ)କୁ ମିଛ କେସ ରେ ରାୟଗଡା ପୁଲିସ ଗିରଫ କରିଛି ।

ଗୁଣ୍ଡାଙ୍କ ପରି ବାଟଘାଟ ଓ ରାତିଅଧିଆ ଆସି ଅପହରଣ କରି ନେଉଛି । ପ୍ରଥମେ ଅସ୍ବୀକାର କରୁଛି, ପୁଣି ଗୁପ୍ତରେ ରଖି ନିର୍ଯ୍ୟାତନା ଦେବା ପରେ ମିଛ କେସ ପକାଇ ଜେଲକୁ ପଠାଉଛି । ରାୟଗଡା (ଏସ ପି) ଜିଲ୍ଲା ଆରକ୍ଷୀ ଅଧିକାରୀ ଲଗାତାର ଆଇନ ଉଲଂଘନ କରିଚାଲିଛି । ଗତ ତିନି ମାସ ମଧ୍ୟରେ ୨୭ ଜଣଙ୍କୁ ଗିରଫ କରିଛି । ନିୟମଗିରି ଓ କର୍ଲ।ପାଟ ଜନଆନ୍ଦୋଳନର ନେତା ସମର୍ଥକଙ୍କ ଉପରେ (ୟୁଏ ପି ଏ) ଦେଶ ଦ୍ରୋହୀ କେସ ଲଗାଇଛି । କମ୍ପାନୀକୁ ବିରୋଧ କରିବା କିପରି ଦେଶ ଦ୍ରୋହୀ କାର୍ଯ୍ୟ ହେଲା? ପ୍ରକୃତରେ ଦେଶ କହିଲେ କମ୍ପାନୀ କୁ ବୁଝାଏ ଏବଂ ସରକାର, ପୁଲିସ, ପ୍ରଶାସନ କମ୍ପାନୀର ସୁରକ୍ଷା ପାଇଁ ରହିଛନ୍ତିକି ଲୋକଙ୍କ ପାଇଁ ନୁହେଁ, ତାହା ପୁଣି ପ୍ରମାଣିତ ହୋଇଗଲା । ଏତିକି ନୁହେଁ ଛୋଟ ମୋଟ ବେପାର କରୁଥିବା ବେପାରୀଙ୍କୁ ମାଓବାଦୀ ଙ୍କୁ ସହଯୋଗ କରୁଛ କହି ଥାନାକୁ ଡାକି ନେଇ ନିର୍ଯ୍ୟାତନା ଦିଆଯାଉଛି ଏବଂ ଭୟଭୀତ କରାଇ ଗିରଫ କରାଯାଇଥିବା ସମସ୍ତ ବ୍ୟକ୍ତି ଆଦିବାସୀ, ଦଳିତ, ଚାଷୀ ସମାଜର ।

ନବୀନ ସରକାର ଆଦିବାସୀ, ଦଳିତ, ଚାଷୀଙ୍କ ଉପରେ ଦମନ ଲିଳା ଚଳାଇଛି ଏବଂ ରାୟଗଡା ଜିଲ୍ଲାରେ ଖୁନି ଆତଙ୍କି ଏସ ପି ବିବେକାନନ୍ଦ ଶର୍ମା ନେତୃତ୍ୱରେ ଚାଲିଛି । ସିପିଆଇ ମାଓବାଦୀ ବା.ଘୁ. ନା ଡିଭିଜନ, ନିୟମଗିରି, ସିଜୁମାଳି, କଡ଼ରୁମାଳି,ମାଝୀଙ୍ଗ ମାଳି, ଶାଶୂବୋହୁ ମାଳି, ବାଫଲାମାଲି, ଖଣ୍ଡୁଆଳ ମାଳି,, କେଜିଙ୍ଗାମାଳି, ଇତ୍ୟାଦି ଠାରେ ବିସ୍ଥାପନ ବିରୋଧୀ, କମ୍ପାନୀ ବିରୋଧୀ ଆନ୍ଦୋଳନକୁ ପୁରା ସମର୍ଥନ ଜଣାଉଛୁ । ସେହି ମାନେ ଚାହିଁଲେ ସବୁ ପ୍ରକାର ସାହାଯ୍ୟ, ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଉଛୁ । କାନ୍ଦରେ କାନ୍ଦ ମିଶାଇ ଲଢ଼ିବାକୁ ପ୍ରସ୍ତୁତ ଅଛୁ ।ପୁଲିସ ପ୍ରଶାସନ ର ଦମନ, କମ୍ପାନୀର ଗୁଣ୍ଡାରାଜ କୁ ଡରି ନଯାଇ ନିଜର ମା, ମାଟି, ଜୀବନଜୀବିକା ପରିବେଶର ସୁରକ୍ଷା ପାଇଁ ପ୍ରତିରୋଧ ଆନ୍ଦୋଳନ ଚଳାଇ ରଖନ୍ତୁ । ଆଗାମୀ ଅକ୍ଟୋବର ୧୬ ତାରିଖରେ ସିଜିମାଳି ରେ ହେବ ଜନଶୁଣାଣୀ ଏକଜୁଟ ହୋଇ ଖଣି ଖନନ କୁ ବିରୋଧ କରନ୍ତୁ ।ଫରଜି ଜନଶୁଣାଣି ଓ ଦଲାଲ ପ୍ରତି ସତର୍କ ରୁହନ୍ତୁ ।

ଏ ଆନ୍ଦୋଳନ କେବଳ ସେମାନଙ୍କ ସ୍ୱାର୍ଥ ପାଇଁ ନୁହେଁ ଅଧିକରୁ ଅଧିକ ଲୋକ ଏ ଆନ୍ଦୋଳନ କୁ ସମର୍ଥନ କରନ୍ତୁ ।କେବଳ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ର ଖୁନି, ଆତଙ୍କୀ ପୁଲିସ, ସରକାର ଓ କମ୍ପାନୀ ଙ୍କୁ ହରାଇଦେବନି, ତେଣୁ ସଶସ୍ତ୍ର ପ୍ରତିରୋଧ ଓ ବିକଳ୍ପସମାଜ ବ୍ୟବସ୍ଥା ପାଇଁ ସଂଗଠନ ଓ ମିଲିସିଆ ନିର୍ମାଣ କରନ୍ତୁ । ଶେଷରେ ବିପ୍ଲବୀ ଅଭିନନ୍ଦନ ସହ ବି ଜି ଏନ ଡିଭିଜନ କମିଟି ସିପିଆଇ ମାଓବାଦୀ ର ସମ୍ପାଦିକା ରୀତା ବୋଲି ଉଲ୍ଲେଖ ରହିଛି ।

1 COMMENT

Comments are closed.