ସ୍ୱଳ୍ପ ଦୃଷ୍ଟି ସମ୍ପନ୍ନା ଛାତ୍ରୀକୁ ମାଗଣା ଲାପଟପ ପ୍ରଦାନ କଲେ ଜିଲ୍ଲାପାଳ

0
211

ରିପୋର୍ଟ : ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡା,(୪/୯) : ସ୍ୱଳ୍ପ ଦୃଷ୍ଟି ସମ୍ପନ୍ନା ଛାତ୍ରୀକୁ ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ବିଭାଗ ଦ୍ୱାରା ପ୍ରଦିତ ଲାପଟକୁ ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ପ୍ରଦାନ କରିଛନ୍ତି ।21cd6afa 524e 4dc1 b5dc 79dc7c209cb6 ସ୍ୱଳ୍ପ ଦୃଷ୍ଟି ସମ୍ପନ୍ନା ଛାତ୍ରୀକୁ ମାଗଣା ଲାପଟପ ପ୍ରଦାନ କଲେ ଜିଲ୍ଲାପାଳ

ରାୟଗଡ ସହର ଜଗନ୍ନାଥ ମନ୍ଦିର ସାହି ନିବାସୀ ଅରକ୍ଷିତ ବେହେରାଙ୍କ ଝିଅ ପ୍ରିୟଙ୍କ । ସ୍ୱଳ୍ପ ଦୃଷ୍ଟି ସମ୍ପନ୍ନା ଛାତ୍ରୀ ବେହେରାଙ୍କୁ ମାଗଣା ଲାପଟପ ପ୍ରଦାନ କରିଛନ୍ତି । ପ୍ରିୟଙ୍କା ୬୦ ପ୍ରତିଶତରୁ ଅଧିକ ଦୃଷ୍ଟି ଅକ୍ଷମ ହୋଇଥିବାରୁ ସରକାର ଏହି ଲାପଟପ ପାଠପଢା ପାଇଁ ଦେଇଛନ୍ତି ।

ସେ ବର୍ତ୍ତମାନ ମହିଳା ମହାବିଦ୍ୟାଳୟ, ରାୟଗଡ ଯୁକ୍ତ୩ରେ ଶେଷବର୍ଷ ଛାତ୍ରୀ ଜିଲ୍ଲାପାଳ ଶ୍ରୀ ମିଶ୍ର ଏହି ଲାପଟପ ଦେବା ସମୟରେ ଉଦ୍ର୍ଧ୍ୱରେ ପାଠ ପଢି ଜଣେ ସଫଳତା ହାସଲ କରିବାକୁ ପରାମର୍ଶ କରିଥିଲେ । ଏହି ଲାପଟପ ପ୍ରଦାନ ସମୟରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ଭିକ୍‍ଟରିଆ କୁଲୁ ଉପସ୍ଥିତ ଥିଲେ ।