ଆଶୀର୍ବାଦ ଯୋଜନାରେ ୩୯୦ ଜଣ ଶିଶୁ ସାମିଲ : ୧୭୭ ଜଣଙ୍କୁ ସହାୟତା

0
174

ରିପୋର୍ଟ : ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡା,(୪/୯) : ରାଜ୍ୟ ସରକାରଙ୍କ ଦ୍ଵାରା ନୂତନ ଭାବେ ଆରମ୍ଭ ହୋଇଥିବା ଆଶୀର୍ବାଦ ଯୋଜନାରେ ତିନୋଟି ଦଫାରେ ରାୟଗଡା ଜିଲ୍ଲାରୁ ୩୯୦ ଜଣ ଶିଶୁ ସାମିଲ ହୋଇଛନ୍ତି । ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ନିର୍ଦ୍ଦେଶ ମୁତାବକ ସି,ଡି,ପି,ଓ ଓ ସୁପର ଭାଇଜର ମାନଙ୍କ ମାଧ୍ୟମରେ ଯୋଗ୍ୟ ଶିଶୁ ହିତାଧିକାରୀ ମାନଙ୍କୁ ଚିହ୍ନଟ କରି ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି ।fe77c402 a363 4980 bf8a ca6cbd649b3e ଆଶୀର୍ବାଦ ଯୋଜନାରେ ୩୯୦ ଜଣ ଶିଶୁ ସାମିଲ : ୧୭୭ ଜଣଙ୍କୁ ସହାୟତା

ଏହି ଯୋଜନାରେ କୌଣସି ଯୋଗ୍ୟ ଶିଶୁ ହିତାଧିକାରୀ ଯେପରି ବାଦ ନପଡନ୍ତି ଏଥିପ୍ରତି ବିଶେଷ ଧ୍ୟାନ ଦେବାକୁ ଜିଲ୍ଲାପାଳ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକଙ୍କୁ ନିର୍ଦେଶ ଦେଇଛନ୍ତି । ପ୍ରକାଶ ଥାଉ କି ଯେ, ଆଶୀର୍ବାଦ ଯୋଜନା ପାଇଁ ୧ ଏପ୍ରିଲ ୨୦୨୦ ଠାରୁ ଯେଉଁ ଶିଶୁ ନିଜର ବାପା ମା ଉଭୟକୁ କିମ୍ବା ବାପା ମା ଙ୍କ ମଧ୍ୟରୁ ଯିଏ ପରିବାରର ମୁଖ୍ୟ ଉପାର୍ଜନକାରୀ ଥିଲେ ତାଙ୍କର ମୃତ୍ୟୁ ହୋଇଥିଲେ ସେହି ଶିଶୁ ଏହି ଯୋଜନାରେ ସାମିଲ ହୋଇପାରିବେ ।

କିନ୍ତୁ, ଅନେକ ଶିଶୁଙ୍କ ପାଖରେ ଜନ୍ମ ପ୍ରମାଣପତ୍ର ନ ଥିବା ଯୋଗୁଁ ସେହି ଶିଶୁମାନଙ୍କର ଜନ୍ମ ପ୍ରମାଣପତ୍ର ଶିଶୁଟି ଜନ୍ମ ହୋଇଥିବା ଡାକ୍ତରଖାନାରୁ କିମ୍ବା ସେହି ଅଞ୍ଚଳର ପୌରସଂସ୍ଥା ଠାରୁ ସଂଗ୍ରହ କରିବା ପାଇଁ ପରିବାରର ସଦସ୍ୟ ମାନଙ୍କୁ କୁହାଯାଇଛି । ବୟସ ପ୍ରମାଣ ପାଇଁ ଯଦି ଶିଶୁମାନେ ବିଦ୍ୟାଳୟରେ ପଢୁଛନ୍ତି ସେମାନେ ଯେଉଁ ସ୍କୁଲରେ ପଢୁଛନ୍ତି ସେହି ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଠାରୁ ଷ୍ଟଡି ସାର୍ଟିଫିକେଟ ସଂଗ୍ରହ କରିବା ପାଇଁ ଶିଶୁ ମାନଙ୍କ ଅଭିଭାବକ ମାନଙ୍କୁ କୁହାଯାଇଛି ।

ଯଦି ବାପା କିମ୍ବା ମା ଙ୍କର ମୃତ୍ୟୁ ପ୍ରମାଣପତ୍ର ମଧ୍ୟ ଶିଶୁମାନଙ୍କ ପାଖରେ ନାହିଁ ସେହି କ୍ଷେତ୍ରରେ ମଧ୍ୟ ଡାକ୍ତରଖାନାରୁ କିମ୍ବା ସେହି ଅଞ୍ଚଳର ପୌର ସଂସ୍ଥା ଠାରୁ ପିତା କିମ୍ବା ମାତା କିମ୍ବା ଉଭୟଙ୍କ ମୃତ୍ୟୁ ପ୍ରମାଣପତ୍ର ସଂଗ୍ରହ କରିବା ପାଇଁ ଶିଶୁମାନଙ୍କ ଅଭିଭାବକ ମାନଙ୍କୁ କୁହାଯାଇଛି ।

ଯଦି ବାପା କିମ୍ବା ମା’ଙ୍କ ମଧ୍ୟରୁ ଯେ କୌଣସି ଜଣଙ୍କର ମୃତ୍ୟୁ ୧ ଏପ୍ରିଲ ୨୦୨୦ ପୂର୍ବରୁ ହୋଇଥାଏ ଓ ଯଦି ସେମାନଙ୍କ ମୃତ୍ୟୁ ପ୍ରମାଣପତ୍ର ନ ଥାଏ ତେବେ ସେମାନେ ନିଜ ଅଞ୍ଚଳର ସିଡିପିଓ, ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ରାଜସ୍ୱ ନିରୀକ୍ଷକଙ୍କ ମିଳିତ ତଦନ୍ତ ଓ ତଦନ୍ତକୁ ଭିତ୍ତି କରି ତାଙ୍କର ଅନୁମୋଦନ କ୍ରମେ ପ୍ରମାଣପତ୍ର ସ୍ୱରୂପ ମୃତ୍ୟୁ ପ୍ରମାଣପତ୍ର ଭାବେ ଗ୍ରହଣ କରିବା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ରହିଛି ।

ପିଲାମାନେ ନିଜର ବୟସ ପ୍ରମାଣପତ୍ର ଭାବେ ଜନ୍ମ ସାର୍ଟିଫିକେଟ କିମ୍ବା ବିଦ୍ୟାଳୟରେ ପଢୁଥିବା କିମ୍ବା ପଢିଥିବା ସାର୍ଟିଫିକେଟ ଓ ବାପା ମା’ ଙ୍କର ମଧ୍ୟରୁ ଯାହାର ମୃତ୍ୟୁ ହୋଇଛି ତାଙ୍କର ମୃତ୍ୟୁ ସାର୍ଟିଫିକେଟ,ଜୀବିତ ଥିବା ବାପା, ମା କିମ୍ବା ଅଭିଭାବକ ଙ୍କ ଭୋଟ ପରିଚୟ ପତ୍ର କିମ୍ବା ରାସନ କାର୍ଡ ଓ ଆଧାର କାର୍ଡର ନକଲ ସହିତ ଆବେଦନ କରିବା ପାଇଁ କୁହାଯାଇଛି । ଜିଲ୍ଲାରେ ଏହି ଆଶୀର୍ବାଦ ଯୋଜନାରେ ପ୍ରଥମ ଦଫାରେ ୧୧୧ ଜଣ ଓ ଦ୍ଵିତୀୟ କିସ୍ତିରେ ୧୦୨ ଜଣ ଶିଶୁ ସାମିଲ ହୋଇଥିଲା ବେଳେ, ଆଜି ୧୭୭ ଜଣ ଶିଶୁଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବା ପରେ ଏହି ସଂଖ୍ୟା ୩୯୦ ରେ ପହଞ୍ଚିଛି ।