ମଧୁବନ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ

0
41
ମଧୁବନ ଗ୍ରାମ ପଞ୍ଚାୟତ

ରିପୋର୍ଟ : ଲୋକନାଥ ସାହୁ
ଗୁଡ଼ାରୀ, (୧୭/୧୦) : ରାୟଗଡା ଜିଲ୍ଲା ଗୁଡ଼ାରୀ ବ୍ଲକ ମଧୁବନ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସର ଠାରେ ୩୭ ଜଣ ନୂତନ ହିତାଧିକାରୀଙ୍କୁ ସରକାରୀ ଭତ୍ତା ପ୍ରଦାନ କରାଯାଇଛି ।

ମଧୁବନ ଗ୍ରାମ ପଞ୍ଚାୟତ ସରପଞ୍ଚ ବଂଶୀ ଶବରଙ୍କ କହିବା ଅନୁଯାୟୀ ଏହି ୩୭ ଜଣଙ୍କ ମଧ୍ଯରୁ ବିଭିନ୍ନ ଯୋଜନାରେ ଅର୍ଥାତ୍ ବିକଳାଙ୍ଗ, ବାର୍ଦ୍ଧକ୍ୟ, ବିଧବା ଭତ୍ତା ଆଦି ପ୍ରଦାନ କରାଯାଇଛି ଏବଂ ଖୁବ କମ ଦିନ ମଧ୍ୟରେ ଗ୍ରାମ ପଞ୍ଚାୟତର ଆଉ ୫୨ ଜଣଙ୍କୁ ମଧ୍ଯ ଭତ୍ତା ମିଳିବା ଯୋଜନା ଚାଲିଛି । ଏହି କାର୍ଯ୍ୟକ୍ରମରେ ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ କୃଷ୍ଣଚନ୍ଦ୍ର ବେହେରା ଜି ଆରଏସ୍ ରୁଷି ଶବର, ନାୟବ ସରପଞ୍ଚ ଓ ଗ୍ରାମ ପଞ୍ଚାୟତର ବହୁ ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ ।