ଜଗନ୍ନାଥ ମନ୍ଦିରରୁ ମୂର୍ତ୍ତି ଚୋରି : ଜଣେ ଅଟକ

0
51
ଜଗନ୍ନାଥ ମନ୍ଦିରରୁ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୯/୧୦) : ଗତ କାଲି ଅପରାହ୍ନ ଭୋଗ ଆରତୀ ପରେ କାଶୀନଗର ଠାରେ ବିଜେ ଥିବା ଜଗନ୍ନାଥ ମନ୍ଦିରରୁ ଚଳନ୍ତି ବିଗ୍ରହ ଚୋରି ହୋଇଥିବା ପ୍ରକାଶ ।

ଆଜି ଅପରାହ୍ନରେ ମହନ୍ତ ମହାରାଜଙ୍କ ଅନୁପସ୍ଥିତିରେ ଭଗବାନଙ୍କ ପ୍ରସାଦ ଭୋଗ ସାରିବା ପରେ ଶୟନ ବିଜେ ହୋଇସାରିଥିଲେ । ପୂଜକ ମୋହନ ପଣ୍ଡା ଓ ଆଉ କିଛି ଲୋକ ପ୍ରସାଦ ସେବନ କୁ ଯିବା ଭିତରେ କେହି ଅଜଣା ଦୁର୍ବୁତ୍ତ ମନ୍ଦିର ତାଲା ଭାଙ୍ଗି ମନ୍ଦିର ର ଚଳନ୍ତି ବିଗ୍ରହ ମଦନ ମୋହନ ମୂର୍ତି ଓ ଅନ୍ୟାନ୍ୟ ଜିନିଷ ଚୋରି ହୋଇଥିବା ଅଭିଯୋଗ ଥାନାରେ ଦାୟର ହୋଇଛି । ଥାନା ଅଧିକାରୀ ମମତା ପଣ୍ଡା ଓ ତାଙ୍କ ଟିମ ସଦଳ ବଳେ ତତକ୍ଷଣାତ କାଶୀନଗର ସହରରେ ପାଇଁତରା ମଶ୍ରୀ ସନ୍ଧେହ ଜନକ ବ୍ୟକ୍ତି ଙ୍କୁ ପଚରା ଉଚୁରା କରୁଛନ୍ତି । ଥାନା କେସ ନ.୧୩୧/୨୩ରେ ରୁଜ୍ଜୁ ହୋଇଛି । ପୋଲିସ ତଦନ୍ତ ଜାରି ରଖିଥିବା ମମତା ପଣ୍ଡା ଜଣାଇଛନ୍ତି । ଜଣ କୁ ସନ୍ଧେହ ଜନକ ଭାବେ ଅଟକ ରଖା ଯାଇଛି । ଏହି ବ୍ୟକ୍ତି ଜଣକ ବିଭିନ୍ନ ଚୋରି ଘଟଣା ସହ ସମ୍ପୃକ୍ତି ଥିବା ପୋଲିସ ସନ୍ଧେହ କରୁଛି, ଇତି ମଧ୍ୟରେ ଗୁରାଣ୍ଡି ଥାନା ଅନ୍ତର୍ଗତ ବାଗ ଶଳା ମନ୍ଦିର ରୁ ମଧ୍ୟ ଚୋରି ହୋଇଥିବା ଜଣାପଡିଛି । ଏନେଇ ପାରଳାଖେମୁଣ୍ଡି ଏସ୍ଡ଼ିପିଓ କାଶୀନଗର ଗସ୍ତ କରି ଚୋରି ଘଟଣା ର ପର୍ଦାପାସ କରିବାକୁ ତଦନ୍ତ ଚଳାଇଛନ୍ତି ।