ରକ୍ତ ଶିକୁଳି ପରୀକ୍ଷା ଓ ଚିକିତ୍ସା ଶିବିର ଅନୁଷ୍ଠିତ

0
48
ରକ୍ତ ଶିକୁଳି ପରୀକ୍ଷା

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୯/୧୦) : ସୁବର୍ଣ୍ଣପୁର ଜିଲ୍ଲା ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ରକ୍ତ ଶିକୁଳି ପରୀକ୍ଷା ଆଶ୍ରମ ବିଦ୍ୟାଳୟ ଅସୁରମୁଣ୍ଡା ଠାରେ ଅନୁଷ୍ଠିତ ହୋଇଯାଇଛି ।

ଏହି ଶିବିର ଆର ବି ଏସ କେ ନାଇକେନପାଲି ଓ ଜିଲ୍ଲା ରକ୍ତ ଶିକୁଳି ବିଭାଗ ମିଳିତ ଆନୁକୂଲ୍ୟରେ ଶୁଭାରମ୍ଭ କରାଯାଇଅଛି । ଏହି ସ୍ଵାସ୍ଥ୍ୟ ଶିବିରରେ ଆଶ୍ରମ ବିଦ୍ୟାଳୟ ଅସୁରମୁଣ୍ଡାର ଛାତ୍ର ଓ ଛାତ୍ରୀ ମାନଙ୍କ ରକ୍ତ ଶିକୁଳି ପରୀକ୍ଷା କରାଯାଇଥିଲା । ଏହି ସ୍ୱାସ୍ଥ୍ୟ ଶିବିର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଲାଇବ୍ରୋଟେରୀ ଟେକନିସିଆନ ରଶ୍ମିତା ସାହୁ ଛାତ୍ରୀ ମାନଙ୍କର ରକ୍ତ ନମୁନା ସଂଗ୍ରହ ଓ ଆର ବି ଏସ କେ ଟିମ ଦ୍ୱାରା ଛାତ୍ର ଓ ଛାତ୍ରୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ସୂଚାରୁରୂପେ ତୁଳଇବା ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ର ର ଆର ବି ଏସ କେ ଟିମର ଡ଼ ସରୋଜ କୁ ପଟେଲ, ଫାର୍ମାସିଷ୍ଟ ରାଜୀବ ମେହେର, ମହିଳା ସ୍ୱାସ୍ଥ୍ୟ କର୍ମୀ ଶୁଭଲଷ୍ମୀ ବାଗ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୃନ୍ଦାବନ ବଢ଼ାଇ ଓ ଶୈଳେଶ ରଥ ସହଯୋଗ କରିଥିଲେ l