ମଣ୍ଡସ୍ତରୀୟ ସୁରଭି ଓ ଓଡ଼ିଶା ମିଲେଟସ ପ୍ରତିଯୋଗିତା ୨୩ ଅନୁଷ୍ଠିତ

0
38
ମଣ୍ଡସ୍ତରୀୟ ସୁରଭି

ରିପୋର୍ଟ : ନରୋତ୍ତମ ପାଢ଼ୀ
ବିଷମ କଟକ, (୧୮/୧୦) : ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ୍ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ମଣ୍ଡଳ ସ୍ତରୀୟ ସୁରଭି ଅନୁଷ୍ଠିତ ହୁଏ ଯାଇଛି ।

ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ନବୀନ ଚନ୍ଦ୍ର ଖୁରାଙ୍କ ସଭାପତିତ୍ବ ରେ ସକାଳେ ଉଦ୍ଘାଟନ ସମାରୋହରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ସଦାଶିବ ନାୟକ ମୁଖ୍ୟ ଅତିଥି, ଗବେଷକ ,ସାହିତ୍ୟିକ,ଶିକ୍ଷାବିତ ତଥା ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ଶ୍ରୀରଙ୍ଗ ନାୟକ ମୁଖ୍ୟବକ୍ତା, ଉପାଧ୍ୟକ୍ଷ, ପଞ୍ଚାୟତ ସମିତି, ବିଷମକଟକ ଶ୍ରୀଯୁକ୍ତ ଦେବୀ ପ୍ରସାଦ ପଟ୍ଟନାୟକ ସମ୍ମାନିତ ଅତିଥି, ଅଧ୍ୟକ୍ଷ, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ରାୟଗଡା, ବିଷମକଟକ ଶ୍ରୀଯୁକ୍ତ ସୈଳରାଜ୍ MG, ପ୍ରଧାନଶିକ୍ଷକ, ଉଚ୍ଚ ବିଦ୍ୟାଳୟ, ବିଷମକଟକ ଶ୍ରୀଯୁକ୍ତ ହେମନ୍ତ କୁମାର ଦୀପ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଶ୍ରୀଯୁକ୍ତ ମଦନ ପାଣି ଓ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ସୋମନାଥ ୱାଡକା ମଞ୍ଚାସିନ ଥିଲେ । ୧୫ଟି କ୍ଲଷ୍ଟର୍ ରୁ ବିଭିନ୍ନ event ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ ।

ବିତର୍କ, ପ୍ରବନ୍ଧ ଲିଖନ,ସୃଜନଶୀଳ ଲିଖନ,ସଙ୍ଗୀତ, ଚିତ୍ରାଙ୍କନ, ବକ୍ତୃତା, ମଧ୍ୟାହ୍ନ ଭୋଜନ କଳା ଓ ଶିଳ୍ପ କଳା, ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରାୟ ୫୦୦ ଛାତ୍ରଛାତ୍ରୀ ଭାଗ ନେଇଥିଲେ। Event ଗୁଡ଼ିକ ସାଧାରଣତଃ କନିଷ୍ଠ, ବରିଷ୍ଠ ଓ ବରିଷ୍ଠ, (୧୧-୧୨ଶ୍ରେଣୀ,) । କୃତି ପ୍ରତିଯୋଗୀ ଯେଉଁମାନେ ପ୍ରତିଯୋଗିତା ରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ ସେମାନଙ୍କୁ ପ୍ରମାଣପତ୍ର ଓ shield ଦେଇ ପୁରସ୍କୃତ କରାଯାଇଥିଲା । ସନ୍ଧ୍ୟାରେ ଉଦଯାପନ ସମାରୋହରେ ମୁଖ୍ୟ ଅତିଥି ଭାବେ K. Venketeswar ରେଡ୍ଡୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।ବିଭିନ୍ନ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନେ ୫/୧୧/୨୩ରେ ଜିଲ୍ଲା ସ୍ତରୀୟ ସୁରଭି ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିବେ ।

ମଞ୍ଚକୁ ଶିକ୍ଷୟିତ୍ରୀ ଶ୍ରୀମତୀ ନିର୍ମଳା ବିଶ୍ଵାଳ, ଶିକ୍ଷୟିତ୍ରୀ ଶ୍ରୀମତୀ ସ୍ଵପ୍ନାରଣୀ ରଥ ଓ ଶିକ୍ଷକ ଶ୍ରୀଯୁକ୍ତ ରାଜେଶ କୁମାର ବିଶ୍ଵାଳ ମଞ୍ଚ ପରିଚାଳନା କରିଥିଲେ। CRCC ମୂରଲୀଧର ବେହେରା, ମଦନ ମୋହନ ଜେନା, ଆନନ୍ଦ ଚନ୍ଦ୍ର ଜେନା, ହେମନ୍ତ ପଣ୍ଡା, ଜୟରାମ କାଡରକା,ରବୀନ୍ଦ୍ର ନାଗ, ବରୁଣ ସିଂହ, ରତିକାନ୍ତ ଧୂପାଳ, ଦୀନବନ୍ଧୁ ଜେନା, ଦେମୁର୍ତୀ ପାତିକ । ଚନ୍ଦ୍ରମା ପଟ୍ଟନାୟକ, କମଳାକାନ୍ତ ସାହୁ,ଶିବ ପ୍ରସାଦ ପାଢ଼ୀ,ରମାକାନ୍ତ ବର୍ଦଳେଇ, ଗୋପ ଗୋବିନ୍ଦ ସାହୁ, ବିଶ୍ଵନାଥ ନିମଲପୁରି, ବିଭୀଷଣ କାନ୍ଦା ମାକା, ସାଗର ପାତ୍ର, ସଞ୍ଜୀବ ପାତ୍ର, ବିଜୟ ଲକ୍ଷ୍ମୀ ପଣ୍ଡା, ସୁରେଶ ସାହୁ, ବିମଳ ଶଙ୍କର ଦାସ ଆଦି ଅନେକ ଶିକ୍ଷକ ଓ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ । ଶେଷରେ CRCC ହରିଦାସ ବତ୍ର। ଧନ୍ୟବାଦ୍ ଅର୍ପଣ କରିଥିଲେ ।