ପ୍ରଥମ ଆନ୍ତର୍ଜାତୀୟ ସୁବର୍ଣ୍ଣପୁର ମହିଳା କାବ୍ୟ ମଞ୍ଚ ର ପ୍ରଥମ ଅଧିବେଶନ ଓ କବିତା ଆସର ଅନୁଷ୍ଠିତ

5
54
ପ୍ରଥମ ଆନ୍ତର୍ଜାତୀୟ

ରିପୋର୍ଟ : ସନ୍ତୋଷକୁମାର ନାୟକ
ସୁବର୍ଣ୍ଣପୁର, (୨୨/୧୦) : ଏକ ଆଭାସୀ ଆନ୍ତର୍ଜାତୀୟ ମହିଳା କାବ୍ୟ ମଞ୍ଚ ସୁବର୍ଣ୍ଣପୁର ଓଡ଼ିଶା ଶାଖାର ପ୍ରାରମ୍ଭ ହୋଇଛି ।

ଏହି ମଞ୍ଚ ର ଅଧ୍ୟକ୍ଷା ଭାବେ ସୁବର୍ଣ୍ଣପୁର ଜିଲ୍ଲା ର ଶ୍ରୀମତୀ ସ୍ୱର୍ଣ୍ଣ ପ୍ରଭା ମହାପାତ୍ର ମନୋନୀତ ହୋଇଥିଲେ ଏବଂ ସଭା ପରିଚାଳନା କରିଥିଲେ । ଶାରଦୀୟ ଦୁର୍ଗାପୂଜା ପାଇଁ କବିତା ଆସର ମଧ୍ୟ ପ୍ରାରମ୍ଭ ହେଲା । ଏଥିରେ ମହିଳା କାବ୍ୟ ମଞ୍ଚ ଭାରତର ସଂସ୍ଥାପକ ଶ୍ରୀ ନରେଶ ନାଜ୍ ସାର୍ ମହୋଦୟ ଏବଂ ମହିଳା କାବ୍ୟ ମଞ୍ଚ ଓଡ଼ିଶା ର ଅଧ୍ୟକ୍ଷା ପ୍ରଫେସର ଡକ୍ଟର କମଳ ପ୍ରଭା କପାନି ମହୋଦୟା ମୁଖ୍ୟବକ୍ତା ଓ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ପାର୍ବଣ କବିତା ଆସର ର ପ୍ରଥମ ସମ୍ମିଳନୀ କୁ ଅଭାସୀ ମାଧ୍ୟମ ରେ ପରିଚାଳନା କରିଥିଲେ ସୁବର୍ଣ୍ଣପୁର୍ ଜିଲ୍ଲା ଶାଖା ଅଧ୍ୟକ୍ଷା ଶ୍ରୀମତୀ ସ୍ୱର୍ଣ୍ଣ ପ୍ରଭା ମହାପାତ୍ର । ପ୍ରାରମ୍ଭିକ ସଙ୍ଗୀତ ଗାୟନ କରିଥିଲେ ସୁବର୍ଣ୍ଣପୁର ର ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ସନ୍ତୋଷିନୀ ନନ୍ଦ l

କବିତା ଆସରରେ ଶବ୍ଦ ସଂଯୋଜନା କରିଥିଲେ ବୀରମହାରାଜପୁର ମହିଳା ମହାବିଦ୍ୟାଳୟ ର ଅଧ୍ୟାପିକା ଶ୍ରୀମତୀ ସନ୍ତୋଷିନୀ ନାୟକ। କବିତା ଆସର ରେ ବିଭିନ୍ନ କବି କବୟିତ୍ରୀ ଯୋଗ ଦେଇ ସ୍ବରଚିତ କବିତା ପାଠୋତ୍ସବ କରିଥିଲେ । ସେମାନଙ୍କ ମଧ୍ୟ ରେ ସମ୍ମାନିତ ଅତିଥି ଭାବେ ଅନ୍ତରାଷ୍ଟ୍ରୀୟ ମହିଳା କାବ୍ୟ ମଞ୍ଚ ଭାରତ ର ସଂସ୍ଥାପକ ଶ୍ରୀ ନରେଶ ନାଜ ସାରଙ୍କ ସାନ୍ନିଧ୍ୟ ରେ କବିତା ମେରେ ପ୍ୟାରେ ଦେଶ ବାସୀ ୟୋନ ରେ ନାରୀ ଜାତି ପାଇଁ ସମ୍ମାନ, ମୁଖ୍ୟ ଅତିଥି ପ୍ରଫେସର୍ ଡକ୍ଟର କମଳ ପ୍ରଭା ମାଡ଼ାମଙ୍କ ନବରାତ୍ରୀ ପୂଜା ପାଇଁ ଭଜନ ଶକ୍ତି ସ୍ୱରୁପିଣୀ ମା,ବରିଷ୍ଠ କବୟିତ୍ରୀ ଅବସର ପ୍ରାପ୍ତ ଶିକ୍ଷୟିତ୍ରୀ ମୁଖ୍ୟ ଉପଦେଷ୍ଟା ଶ୍ରୀମତୀ ଯମୁନା ମହାପାତ୍ର ମିଶ୍ର ଙ୍କ କବିତା ନାରୀ ନାରାୟଣୀ, ସହଯୋଗୀ ସମ୍ପାଦିକା ଶ୍ରୀମତୀ ଆରତୀ ଖମାରୀ ଙ୍କ କବିତା ଚକାଡୋଳା, ଶିକ୍ଷୟିତ୍ରୀ ସରିତା ନାୟକଙ୍କ କବିତା ପାର୍ବଣ, କନିଷ୍ଠ କବୟିତ୍ରୀ ମହିଳା କାବ୍ୟ ମଞ୍ଚ ର ସଂଜୋଜିକା ସୁଶ୍ରୀ ତନ୍ମୟ ବାଳା ମିଶ୍ର ଙ୍କ ମନେପଡେ ପିଲାଦିନ, ପ୍ରଧାନ ଶିକ୍ଷୟିତ୍ରୀ ଏବଂ ଉପସଭାପତି ମହିଳା କାବ୍ୟ ମଞ୍ଚ ଶ୍ରୀମତୀ ସନ୍ତୋଷିନୀ ନନ୍ଦ ଙ୍କ ଭଗବାନ୍ ଶ୍ରୀ କୃଷ୍ଣ ଙ୍କୁ ସମର୍ପିତ କବିତା ତମେ ମୋର ଏକାନ୍ତ ନିଜର, ଅଧ୍ୟକ୍ଷା ଶ୍ରୀମତୀ ସ୍ୱର୍ଣ୍ଣ ପ୍ରଭା ମହାପାତ୍ରଙ୍କ କବିତା ସୁବର୍ଣ୍ଣା ସୁନ୍ଦରୀ, ସମ୍ପାଦିକା ଅଧ୍ୟାପିକା ଶ୍ରୀମତୀ ସନ୍ତୋଷିନୀ ନାୟକଙ୍କ କବିତା ଝିଅର ମହତ୍ତ୍ଵ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ।

କବିତା ଆସର ଶେଷ ରେ ସମସ୍ତେ ପରବର୍ତ୍ତୀ ମାସ ପାଇଁ କବିତା ଆସର କରିବାପାଇଁ ନିଷ୍ପତ୍ତି ନେବା ସହିତ ନୂତନ ସଦସ୍ୟ ସଦସ୍ୟାଙ୍କୁ ଏହି ସମ୍ମିଳନୀରେ ଯୋଡିବା ପାଇଁ ଅନୁରୋଧ କରାଯାଇଥିଲା। ମହିଳା କାବ୍ୟ ମଞ୍ଚର ପ୍ରଧାନ ଉପଦେଷ୍ଟା ଭାବରେ ବରିଷ୍ଠ କବୟିତ୍ରୀ ଶ୍ରୀମତୀ ରଞ୍ଜିତା ପଣ୍ଡା ଏବଂ ସମୀକ୍ଷିକା ଭାବେ କବୟିତ୍ରୀ ଶ୍ରୀମତୀ ସସ୍ମିତା ମେହେର ଓ ସୋସିଆଲ ମିଡିଆ ପାଇଁ ବୀର ମହାରାଜ ପୁର ର କବୟତ୍ରୀ ଶ୍ରୀମତୀ ମଧୁସ୍ମିତା ପାଢ଼ୀ ଙ୍କୁ ଦାୟିତ୍ଵ ନିର୍ବାହ ପାଇଁ ଅନୁରୋଧ କରାଯାଇଥିଲା । ଉପସ୍ଥିତ ସମସ୍ତ ସଦସ୍ୟା ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ସହଯୋଗୀ ସମ୍ପାଦିକା ଶ୍ରୀମତୀ ଆରତୀ ଖମାରୀ।ସଭାପତି ଙ୍କ ସଭା ସାଙ୍ଗ ପରେ ଆଭାସୀ କବିତା ଆସର କାର୍ଯ୍ୟକ୍ରମ ଶେଷ ହୋଇଥିଲା ।

5 COMMENTS

Comments are closed.