ହତ୍ୟା ଘଟଣାରେ ୩ ଆସାମୀ ଗିରଫ

0
40
ହତ୍ୟା ଘଟଣାରେ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୨୨/୧୦) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡା ଥାନା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରିବାରୁ ମୃତ୍ୟୁ ହୋଇଥିବା ଅଭିଯୋଗରେ ୩ ଜଣକୁ ଗିରଫ କରିଛି ଘଣ୍ଟାପଡା ପୁଲିସ l

ସୂଚନା ଅନୁସାରେ ସେପ୍ଟେମ୍ବର ୨୩ ତାରିଖ ଦିନ ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ରେଙ୍ଗସା ଗ୍ରାମର ବିନୋଦ ସାହୁ ସମେତ ୩ ଜଣ ବ୍ୟକ୍ତି ଖୁଣ୍ଟିଗୋରା ଅଞ୍ଚଳକୁ କୌଣସି କାମରେ ଆସିଥିଲେ l ଫେରୁଥିବା ବେଳେ ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଘଣ୍ଟାପଡା ମାର୍କେଟ ଛକରେ ଏକ ପାନ ଦୋକାନ ରେ ପାନ ଖାଇଥିଲେ l ସେଠାରେ ଯୁକ୍ତିତର୍କ ହୋଇ ପାଟିତୁଣ୍ଡ ହେବା ଫଳରେ ସ୍ଥାନୀୟ କିଛି ଲୋକ ବିନୋଦକୁ ମାଡ଼ ମାରିଥିଲେ l ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ ରେ ଭର୍ତ୍ତି କରାଯାଇଥିଲା l ଚିକିତ୍ସାଧିନ ଅବସ୍ଥାରେ ରାତି ପ୍ରାୟ ୨ଟା ସମୟରେ ବିନୋଦ ସାହୁ (୫୦) ଙ୍କ ମୃତ୍ୟୁ ହୋଇଥିଲା । ଏନେଇ ମୃତକଙ୍କ ପରିବାର ପକ୍ଷରୁ ଘଣ୍ଟାପଡା ଥାନାରେ ଅଭିଯୋଗ ହୋଇଥିଲା l ଏହି ଘଟଣାରେ ପୋଡାପଡା ଗ୍ରାମର ରବିନ୍ଦ୍ର ନାଏକ (୨୧), ରାଜେନ୍ଦ୍ର ନାଏକ (୩୨) ଓ ତାଳବେଡା ଗ୍ରାମର ଲିଙ୍ଗରାଜ ଦାଶ (୩୦) ଙ୍କୁ ପୁଲିସ ଗିରଫ କରିଥିଲା l ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ସୂଚନା ଦେଇଛନ୍ତି l