୫୫ ବର୍ଷରେ ତିରୁପତି

0
39
୫୫ ବର୍ଷରେ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୪/୧୦) : ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆଜି ୫୫ ବର୍ଷ ଅତିକ୍ରମ କରି ୫୬ ବର୍ଷରେ ପଦାର୍ପଣ କରିଥିବା ରୁ ଜିଲ୍ଲାର ବିଭିନ୍ନ ଯାଗାରେ ତାଙ୍କ ଜନ୍ମ ଦିନ ପାଳିତ ହୋଉଯାଇଛି ।

ନିଜ ଛାତ୍ର ଜୀବନରୁ ରାଜନୀତିରେ ରୁଚି ରଖିଥିବା ତିରୁପତି ଛାତ୍ର ଜୀବନରୁ ସରପଞ୍ଚ ହୋଇଥିଲେ । ସେ ଆଉ ପଛକୁ ଫେରିନାହାନ୍ତି, ତିନିଥର ସରପଞ୍ଚ, ଜିଲ୍ଲା ପରିଷଦ ସଭ୍ୟ ଦୁଇଥର ଓ ଏବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ | ସେ ଜଣେ ମିଷ୍ଠ ଭାଷୀ ଓ ପ୍ରତ୍ୟେକ ଜନସାଧାରଣ ଙ୍କ ମନ ର ମଣିଷ ଟିଏ, ଆଜି ସେ ୫୫ ବର୍ଷ ଜନ୍ମ ଦିନ ପାଳନ କରୁଛନ୍ତି, ହାଡୁଭାଙ୍ଗିରେ ଥିବା ତାଙ୍କ ସମର୍ଥକ ଓ ଶ୍ରେୟ ଅଭିଳାଷୀ ମାନେ ଆଜି ସନ୍ଧ୍ୟା ରେ ଏକ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ କରି କେକ୍ କାଟିବା ସହ ତାଙ୍କ ର ସୁସ୍ଥ ମୟ ଜୀବନ ଆଶା କରି ମାଆ ଦୁର୍ଗାଙ୍କ ଠାରେ ପ୍ରାର୍ଥନା କରିଛନ୍ତି । ସେହିଭଳି ନିଜ ଗ୍ରାମ ଖୁରୀଗାଁ ଠାରେ ମଧ୍ୟ ଏହି ଜନ୍ମଦିନ ପାଳିତ ହୋଉଛି । ସାଙ୍ଗ ଓ ସାଥି ସମର୍ଥକ ମାନେ ନିଜ ବାସ ଭବନରେ ପହଞ୍ଚି ଶୁଭେଚ୍ଛା ଜଣାଇଛନ୍ତି, ନିଜର ଅନ୍ତରଙ୍ଗ ବନ୍ଧୁ ଜଗଦୀଶ ମଧ୍ୟ ସ୍ୱତନ୍ତ୍ର ଶୁଭେଚ୍ଛା ଜଣାଇଛନ୍ତି ।