ଟ୍ରକ-ଟ୍ରେଲର ଧକ୍କା : ଡ୍ରାଇଭର ମୃତ

0
39
ଟ୍ରକ-ଟ୍ରେଲର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଅନୁଗୁଳ, (୨୫/୧୦) : ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ଥାନା ନାକଚି ରାଣୀଭୂଇଁ ନିକଟରେ ଟ୍ରକ ଓ ଟ୍ରେଲର ଧକ୍କା ହୋଇଛି ।

ମିଳିଥିବା ସୂଚନା ଅନୁସାରେ ଆଜି ସକାଳ ୬.୩୦ ମିନିଟ ସମୟରେ ଅନୁଗୋଳ-ସମ୍ବଲପୁର ଜାତୀୟ ରାଜପଥ ନାକଚି ରାଣୀଭୂଇଁ ନିକଟରେ ଟ୍ରକ ଓ ଟ୍ରେଲର ମଧ୍ୟରେ ଭୟଙ୍କର ଦୁର୍ଘଟଣା ଘଟିଥିଲା । ଘଟଣା ସ୍ଥଳରେ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଟ୍ରକ ଡ୍ରାଇଭର ଜଣଙ୍କ ଘର ଛେଣ୍ଡିପଦା ବ୍ଲକ ଦୁର୍ଗାପୁର ଗ୍ରାମର ସୁରେଶ ପରିଡା ବୋଲି ଜଣାପଡିଛି । ଘଟଣାସ୍ଥଳରେ ହଣ୍ଡପା ପୋଲିସ ପହଞ୍ଚି ତଦନ୍ତ କରୁଥିବାର ସୂଚନା ରହିଛି ।