ଗଛକୁ ଧକ୍କା ଦେଲା ବାଇକ୍ ଘଟଣାସ୍ଥଳରେ ଜଣେ ମୃତ, ଜଣେ ଗୁରୁତର

1
37
ଗଛକୁ ଧକ୍କା ଦେଲା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୟାଗଡ଼, (୨୬/୧୦) : ନୟାଗଡ଼ ଖଣ୍ଡପଡା ରାସ୍ତାର ଦହିଖାଇ ଠାରେ ଗଛକୁ ଧକ୍କା ଦେଲା ବାଇକ୍ । ଘଟଣାସ୍ଥଳରେ ଜଣେ ମୃତ ଜଣେ ଗୁରୁତର ।

ଗୁରୁତରକୁ ଖଣ୍ଡପଡା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ସଂକଟାପନ ହେବାରୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ମୃତକ ଜଣଙ୍କ ପରିଚୟ ରୂପାପଲି ଗ୍ରାମର ନିଲୁ ବାରିକ ବୋଲି ସୂଚନା ମିଳିଛି । ଘଟଣା ସ୍ଥଳରେ ଖଣ୍ଡପଡା ପୋଲିସ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ କରୁଛି। ଅନ୍ୟପକ୍ଷେ ଏହି ଘଟଣାକୁ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି ।

1 COMMENT

Comments are closed.