ଉଦ୍ଧାର ହେଲା ଡଙ୍ଗା ଚାଳକ ବିକ୍ରମକେଶରୀ ଜାଲିଙ୍କ ମୃତଦେହ

0
41
ଉଦ୍ଧାର ହେଲା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଖୋର୍ଦ୍ଧା, (୨୬/୧୦) : ପର୍ଯ୍ୟଟନ ଋତୁ ଆରମ୍ଭରୁ ଚିଲିକାରେ ଅଘଟଣ । ଉଦ୍ଧାର ହେଲେ ଡଙ୍ଗା ଚାଳକ । ଗତକାଲି ଚିଲିକାରେ ୪ ଜଣ କୋଲିକତା ଟ୍ୟୁରିଷ୍ଟଙ୍କୁ ଡଲଫିନ୍ ଦେଖାଇବାକୁ ନେଇଥିବା ସମୟରେ ଘଟିଥିଲା ଅଘଟଣ ।

ନିଶାସକ୍ତ ଅବସ୍ଥାରେ ଡଙ୍ଗା ଚାଳନା ଯୋଗୁ ଡଙ୍ଗାରୁ ଚିଲିକାକୁ ଓଲଟି ପଡିଥିଲେ ଡଙ୍ଗା ଚାଳକ । ଆଜି ସକାଳୁ ମଗରମୁଖ ନିକଟରୁ ଡଙ୍ଗା ଚାଳକ ବିକ୍ରମକେଶରୀ ଜାଲିଙ୍କ ମୃତଦେହ ଉଦ୍ଧାର କରିଛନ୍ତି ସ୍ଥାନୀୟ ଡଙ୍ଗା ଚାଳକ । ଡଲଫିନ୍ ମୋଟର ଆସୋଏସେସନ ବଳଭଦ୍ରପୁର ଘାଟରୁ ୩୪୫ ନମ୍ବର ଡଙ୍ଗାରେ ଯାତ୍ର କରିଥିଲେ ଯାତ୍ରୀ । ଗତକାଲି ଅନ୍ୟ ଡଙ୍ଗା ଚାଳକଙ୍କ ଦ୍ବାରା ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିଲେ ପର୍ଯ୍ୟଟକ ।