ଛାତ୍ର ମାଡ଼ରେ ଚାଲିଗଲା ଅଧ୍ୟାପକଙ୍କ ଜୀବନ

0
38
ଛାତ୍ର ମାଡ଼ରେ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଝାରସୁଗୁଡା, (୨୬/୧୦) : ଜଣେ ଛାତ୍ରଙ୍କ ମାଡ଼ରେ ଅଧ୍ୟାପକଙ୍କ ମୃତ୍ୟୁ ଘଟିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଝାରସୁଗୁଡ଼ା ଜିଲ୍ଲାରେ । ମୃତ ଅଧ୍ୟାପକ ଜଣଙ୍କ ହେଲେ ଅମିତ ବାରିକ ।

ଅମିତ କଟାପାଲି ସ୍ଥିତ ପିକେଏସ୍ଏସ୍ ସ୍ନାତକ ମହାବିଦ୍ୟାଳୟରେ କାର୍ଯ୍ୟ କରୁଥିଲେ । ପୁଲିସ ଅଭିଯୁକ୍ତ ଛାତ୍ର ରାଜେଶକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଫେବ୍ରୁଆରୀ ୨୨ତାରିଖ ଦିନ ରାଜେଶ ବିଳମ୍ବରେ କ୍ଲାସ ଆସିଥିଲେ । ସେହି ସମୟରେ ଅମିତ ପିଲାମାନଙ୍କ କ୍ଲାସ ନେଉଥିଲେ । କାହିଁକି କ୍ଲାସକୁ ବିଳମ୍ବ ଆସିଲ ବୋଲି ଅମିତ ରାଜେଶଙ୍କୁ ପଚାରିଥିଲେ । ଏହି କଥାକୁ ଅମିତ ଓ ରାଜେଶଙ୍କ ମଧ୍ୟରେ ବଚସା ହୋଇଥିଲା ।ପରେ ରାଜେଶ ଉତ୍ତେଜିତ ହୋଇ ଅମିତଙ୍କୁ ଆକ୍ରମଣ କରିଥିଲେ । ତାଙ୍କୁ ପ୍ରଥମେ ଝାରସୁଗୁଡା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ବୁର୍ଲାକୁ ସ୍ଥାନାନ୍ତର କରାଯାଇଥିଲା । ୯ମାସ ଧରି ଚିକିତ୍ସାଧୀନ ରହିବା ପରେ ଗତକାଲି ଅମିତଙ୍କର ମୃତ୍ୟୁ ଘଟିଛି । ଅନ୍ୟପକ୍ଷରେ ଅଭିଯୁକ୍ତ ଛାତ୍ରକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।