ହାତୀ ଆକ୍ରମଣରେ ଜଣେ ମୃତ

0
41
ହାତୀ ଆକ୍ରମଣରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଞ୍ଜାମ, (୨୭/୧୦) : ହାତୀ ଆକ୍ରମଣରେ ଚାଷୀ ମୃତ । ଭଞ୍ଜନଗର, ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ଼ ରେଞ୍ଜର ଗୁଣ୍ଡୁରୀବାଡ଼ି ନିକଟରେ ହାତୀ ଆକ୍ରମଣରେ ଗ୍ରାମର ଚାଷୀ ଟୁନା ଗୌଡ଼ଙ୍କ ମୃତ୍ୟୁ ଘଟିଛି ।

ମୁଜାଗଡ଼ ରେଞ୍ଜରେ ୧୭ ଟିକିଆ ହାତୀପଲର ଉପଦ୍ରବ ଜାରି ରହିଥିବା ବେଳେ ଏହି ପଲ ଗୁରୁବାର ରାତିରେ ଗୁଣ୍ଡୁରୀବାଡ଼ି ଗ୍ରାମ ଅଭିମୁଖେ ଆସିଥିଲେ । ଗ୍ରାମର କିଛି ଲୋକଙ୍କ ସହ ଟୁନା ମଧ୍ୟ ରାତି ୮ ଟାରେ ନିଜ ଧାନ କ୍ଷେତ ଜଗିବାକୁ ଯାଇଥିଲେ । ସେଠି ଏକ ଦନ୍ତାହାତୀ ଆକ୍ରମଣର ଶିକାର ହୋଇଥିଲେ ଟୁନା । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି । ଏହି ଅଞ୍ଚଳରେ ବାରମ୍ବାର ହାତୀ ଉପଦ୍ରବ ଲାଗି ରହିଥିବା ବେଳେ ହାତୀ ମଣିଷ ଲଢେଇରେ ଜୀବନ ଯିବା ବନ ବିଭାଗର ଚିନ୍ତା ବଢ଼ାଇ ଦେଇଛି । ଘଟଣା ସ୍ଥଳରେ ଚାପା ଉତେଜନା ଲାଗି ରହିଥିବା ବେଳେ ବନ ବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।